fbpx

ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଆପଣ ସରକାରୀ ଚାକିରି ଆଶାୟୀ ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଉତ୍ତର ପ୍ରଦେଶର ସବୋର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ(UPSSSC) ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ନୋଟିଫିକେସନ୍ ପ୍ରକାଶ କରିଛି । ଇଚ୍ଛୁକ ପ୍ରାର୍ଥୀମାନେ UPSSSCର ଅଫିସିଆଲ ୱେବସାଇଟ୍ upssc.gov.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ୨୦୨୪ ଏପ୍ରିଲ ୧୫ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ମେ ୧୫ ସୁଦ୍ଧା ନିଜ ଫର୍ମ ଦାଖଲ କରିପାରିବେ ।

UPSSSC ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ଯୋଗ୍ୟତା

ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ କେମିଷ୍ଟ୍ରି/ବାୟୋଲୋଜି/ ମାଇକ୍ରୋ ସାଇନ୍ସ/ ଡାଏରୀ କେମିଷ୍ଟ୍ରି/ ଫୁଡ୍ ଟେକ୍ନୋଲୋଜି, ଫୁଡ୍ ଆଣ୍ଡ୍ ନ୍ୟୁଟ୍ରିସନ/ ଭେଟେରିନାରୀ ସାଇନ୍ସରେ ମାଷ୍ଟର୍ସ ଅଧ୍ୟୟନ କରିଥିବେ । ଏହା ସହ ଆବେଦନକାରୀଙ୍କ ପାଖରେ UPSSSC PET 2023ର ସ୍କୋର କାର୍ଡ଼ ରହିବା ଆବଶ୍ୟକ ।

ଆୟୁ ସୀମା ଏବଂ ଆବେଦନ ଶୁଳ୍କ: UPSSSC ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଆୟୁସୀମା ୨୧ ବର୍ଷ ରହିଛି ଏବଂ ସର୍ବାଧିକ ଆୟୁସୀମା ୪୦ ବର୍ଷ ରହିଛି । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ଉଚ୍ଚ ବୟସ ସୀମାରେ ଛାଡ଼ ଦିଆଯିବ । ମନେରଖିବେ ଜୁଲାଇ ୧, ୨୦୨୪କୁ ଆଧାର କରି ବୟସ ନିର୍ଦ୍ଧାରିତ କରାଯିବ । ମୋଟ୍ ୪୧୭ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଥିବା ବେଳେ ଏଥିପାଇଁ ଆବେଦନ ଶୁଳ୍କ ମାତ୍ର ୨୫ ଟଙ୍କା ରଖା ଯାଇଛି ।

କିପରି କରିବେ ଆବେଦନ ?

୧. ପ୍ରଥମେ UPSSSC ଅଫିସିଆଲ ୱେବସାଇଟ୍ upsssc.gov.inକୁ ଯାଆନ୍ତୁ ।

୨. ହୋମ୍ ପେଜକୁ ଯାଇ ଆବେଦନ ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ ‘Apply’ ଲିଙ୍କ୍ ଉପରେ କ୍ଲିକ୍ କରି ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ ।

୪. ଭବିଷ୍ୟତ ପାଇଁ ଏହି ଫର୍ମର ଏକ ପ୍ରିଣ୍ଟ ଆଉଟ୍ ରଖନ୍ତୁ ।

Get real time updates directly on you device, subscribe now.