fbpx

ସେକ୍ସ ସମୟରେ ବିନା ଅନୁମତିରେ କଣ୍ଡୋମ୍ କାଢ଼ିବା ଅପରାଧ: କାନାଡା ସୁପ୍ରିମକୋର୍ଟ

କାନାଡା ସୁପ୍ରିମକୋର୍ଟ କଣ୍ଡୋମକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ସେକ୍ସ ସମୟରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍ କାଢ଼ିବା ଏକ ଅପରାଧ ଏବଂ ଏଥିପାଇଁ ମାମଲା ରୁଜୁ ହୋଇାପାରେ । ୨୦୧୭ର ଏକ ମାମଲା ଉପରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି କାନାଡା ସୁପ୍ରିମକୋର୍ଟ ।

ଏକ ରିପୋର୍ଟ ଅନୂଯାୟୀ, ୨୦୧୭ ରେ ଜଣେ ମହିଳା ଏବଂ ପୁରୁଷ ଏବଂ ମହିଳା ପ୍ରଥମେ ଅନଲାଇନରେ ଭେଟ ହୋଇଥିଲେ । ଏହାପରେ ସେମାନେ ଡେଟରେ ଯାଇଥିଲେ ଏବଂ ସେକ୍ସ ପାଇଁ ରାଜି ହୋଇଛି । ପରେ ସେକ୍ସ ସମୟରେ ପୁରୁଷ ଜଣକ କଣ୍ଡୋମ୍ କାଢ଼ିଦେଇଥିଲେ । ଫଳରେ ମହିଳା ଏଚଆଇଭି ଶିକାର ହୋଇଯାଇଥିଲେ ।

ତେବେ ଏହି ମାମଲା ପ୍ରଥମେ ତଳ କୋର୍ଟରେ ଶୁଣାଣି ହୋଇଥିଲା, ଯାହାକୁ ଚାଲେଞ୍ଜ କରିଥିଲେ ପୁରୁଷ ପାର୍ଟନର ଜଣକ । ଆଉ ଏହା ଉପରେ କାନାଡା ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ କହିଥିଲେ ଯେ ସେକ୍ସ ସମୟରେ କଣ୍ଡୋମ କାଢ଼ିବା ବେଳେବେଳେ ଚୋରି ବୋଲି କୁହାଯାଇଥାଏ, ଯାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

 

 

Get real time updates directly on you device, subscribe now.