ରିସର୍ଚ୍ଚର ହେଲା ଖୁଲାସା : ନିଦ୍ରାଭାବରୁ ହୋଇଥାଏ ଅନିୟମିତ ଭାବେ ଋତୁସ୍ରାବ, ପ୍ରବଳ ରକ୍ତସ୍ରାବ ହେବାର ଥାଏ ଆଶଙ୍କା

ଭୁବନେଶ୍ୱର : ମହିଳାଙ୍କୁ ପ୍ରତ୍ୟେକ ମାସରେ ଋତୁସ୍ରାବରୁ ହେଉଥିବା କଷ୍ଟକୁ ସହ୍ୟ କରିବାକୁ ପଡିଥାଏ । ବାସ୍ତବରେ ଏହି ଋତୁସ୍ରାବ ପ୍ରକ୍ରିୟାରେ ଅସହ୍ୟ କଷ୍ଟ ହୋଇଥାଏ, ଏହି କାରଣରୁ ମହିଳାଙ୍କୁ ବିରକ୍ତ ଲାଗିବା, ଅଣ୍ଟାରେ ଦରଜ ହେବା ଏବଂ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସମୟରେ ମହିଳାଙ୍କ ଅଧିକରୁ ଅଦରକ ଆରାମ କରିବା ଆବଶ୍ୟକ ।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁ ମହିଳା ମାନେ ରାତିରେ ୬ଘଣ୍ଟାରୁ କମ ଶୋଇଥାନ୍ତି, ସେମାନଙ୍କୁ ଅଧିକ ରକ୍ତସ୍ରାବ ଏବଂ ଅନିୟମିତ ଭାବେ ଋତୁସ୍ରାବ ଭଳି ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ସେହି ରିସର୍ଚ୍ଚରେ ଏହା ମଧ୍ୟ ଜଣାବାକୁ ମିଳିଲା ଯେ, ଯେଉଁ ମହିଳା ୬ ଘଣ୍ଟାରୁ କମ ଶୁଅନ୍ତି ସେମାନଙ୍କର ଅନିୟମିତ ଋତୁସ୍ରାବ ହେବାର ୪୪ ପ୍ରତିଶତ ଆଶଙ୍କା ବଢିଯାଏ, ଏହା ସହିତ ଋତୁସ୍ରାବ ସମୟରେ ୭୦ ପ୍ରତିଶତ ଅଧିକ ରକ୍ତସ୍ରାବ ଭଳି ସମସ୍ୟା ଦେଖା ଦେଇଥାଏ । ଏହି ସମୟରେ କାମ କରିଲେ ଥକ୍କା ଲାଗିବା ସହ ମୁଣ୍ଡ ବିନ୍ଧା ଭଳି ସମସ୍ୟାର ସାମ୍ନା କରିବାକୁ ପଡେ ।

ଋତୁସ୍ରାବ ଆରମ୍ଭ ହେବା କିଛି ଦିନ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇଥାଏ । ଥକ୍କାପଣ ଅନୁଭବ ହେବ, ବିରକ୍ତ ଲାଗିବା ଓ ଶୀଘ୍ର ରାଗି ଯିବା ଭଳି ସମସ୍ୟଅ ଦେଖାଯାଏ । ଏହାକୁ ମାସିକ ଋତୁସ୍ରାବର ସଂଙ୍କେତ ବୋଲି କୁହାଯାଏ । ଏହି ସମୟରେ ମୁଡ୍ ଖରାପ ହେବା, ଶୋଇବାରେ ଅସୁବିଧା ହେବା, ମନ ପରିବର୍ତ୍ତନ ହେବା ଏବଂ ଚିଡ଼ାପଣ ଭଳି ସମସ୍ୟା ଦେଖା ଦେଇଥାଏ । ନିଦ ଅଭାବରୁ ଋତୁସ୍ରାବରେ କଷ୍ଟ ଦ୍ୱିଗୁଣ ବଢିଯାଏ, ଯାହାଦ୍ୱାରା ମାସିକ ଋତୁସ୍ରାବର ବିପଦ ବଢିଯାଇଥାଏ ।