fbpx

(Video)ରୁଟି ବେଲିଲେ, ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ମୋଦୀ; ପାଟନା ସାହିବ ଗୁରୁଦ୍ୱାରରୁ ଆସିଲା ଲଙ୍ଗର ସେବାର ଭିଡିଓ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିହାର ରାଜଧାନୀ ପାଟନାର ପ୍ରସିଦ୍ଧ ହରିମନ୍ଦିର ସାହିବ ଗରୁଦ୍ୱାର ପହଞ୍ଚିଥିଲେ । ସେ ଗୁରୁଦ୍ୱାରରେ ପହଞ୍ଚି ସେବା କାର୍ଯ୍ୟ କରିଛନ୍ତି । ମୁଣ୍ଡରେ ଶିଖ୍ ପଗଡି ପିନ୍ଧି ସେ ଗୁରୁଦ୍ୱାରରେ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଳୁଙ୍କୁ ଲଙ୍ଗର ସେବା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ରୁଟି ବେଲିଛନ୍ତି, ଶ୍ରଦ୍ଧାଳୁଙ୍କୁ ଖାଇବାକୁ ଦେଇଛନ୍ତି ଓ ସେଠାକୁ ଆସିଥିବା ଲୋକଙ୍କୁ ସାକ୍ଷାତ କରିଛନ୍ତି ।

ଏହି କ୍ରମରେ ତାଙ୍କର ବହୁ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅଲଗା ଅଲଗା ସେବା କରୁଥିବାର ନଜର ଆସିଛନ୍ତି । ଏକ ଫଟୋରେ ପ୍ରଧାନମନ୍ତ୍ରୀ ଗୁରୁଦ୍ୱାରର କିଛି ରାନ୍ଧୁଥିବାର ମଧ୍ୟ ନଜର ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପୂର୍ବରୁ ଗୁରୁଦ୍ୱାର ପରିସର ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ଦିନ ପୂର୍ବରୁ ରାଜଧାନୀ ପାଟନାରେ ବିଶାଳ ରୋଡ୍ ଶୋ’ କରିଥିଲେ । ତେବେ ବିହାରର କୌଣସି ସହରରେ ରୋଡ୍ ଶୋ’ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.