fbpx

ଚଳନ୍ତା ବାଇକରେ ଚାଲିଛି ରୋମାନ୍ସ: ସୋସିଆଲ ମିଡିଆରେ ଘଟଣାର ଭିଡିଓ ହେଉଛି ଭାଇରାଲ

Advertisement

ହରଦୋଇ: ଲକ୍ଷ୍ନୌ ସଡକରେ ସ୍କୁଟିରେ ରୋମାନ୍ସ ଭିଡିଓ ଭାଇରାଲ ହେବା ପରେ ଏବେ ଏହାର ସମାନ ଘଟଣା ସାମନାକୁ ଆସିଛି । ହରଦୋଇରେ ବାଇକରେ ଯାଉଥିବା ବେଳେ ପ୍ରେମୀ ଯୁଗଳଙ୍କ ରୋମାନ୍ସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରେମିକାଙ୍କୁ କୋଳରେ ବସାଇ ବାଇକ ଚଳାଉଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାପରେ ପୋଲିସ ଘଟରାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାଟି ହରଦୋଇର ସୀତାପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି । ଗୋଟିଏ ବାଇକରେ ପ୍ରେମୀ ଯୁଗଳ ଯାଉଥିବା ବେଳେ ପ୍ରେମିକାଙ୍କୁ ଗାଡିର ଟାଙ୍କିରେ ବସାଇ ଦ୍ରୁତ ଗତିରେ ବାଇକ ଚଳାଉଥିବା ଦେଖିବାକୁ ମିଳିଛି । ଏହାସହିତ ଉଭୟ ରୋମାନ୍ସ କରୁଥିବା ମଧ୍ୟ ଦେଖାଯାଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ବେପରୁଆ ଗାଡି ଚାଳନା ଉଭୟଙ୍କ ସହିତ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ମଧ୍ୟ ବିପଦ ହୋଇପାରେ । ତେବେ ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବାଇକ ନମ୍ବରକୁ ଯାଞ୍ଚ କରି ଯୁବକର ଅନୁସନ୍ଧାନ କରୁଛି ପୋଲିସ ।

ଏହାପୂର୍ବରୁ ଲକ୍ଷ୍ନୌରେ ମଧ୍ୟ ଏହି ଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ଯୁବକ-ଯୁବତୀ ଗୋଟିଏ ସ୍କୁଟିରେ ରୋମାନ୍ସ କରି ଗାଡି ଚଳାଉଥିବାର ଭିଡିଓ ଭାଇରାଲ ପରେ ପୋଲିସ ଯୁବକକୁ ଜେଲ ପଠାଇ ଦିଆଯାଇଥିଲା । ତେବେ ପୁଣିଥରେ ସମାନ ଘଟଣା ସାମନାକୁ ଆସିବା ପରେ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରି କାର୍ଯ୍ୟକଳାପ ନିଜ ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସାଜିପାରେ ।

Get real time updates directly on you device, subscribe now.