fbpx

ରାଜପରିବାର ସଦସ୍ୟ ପାଳନ କରିଥାନ୍ତି ଏହି ବିଚିତ୍ର ନିୟମ

Advertisement

ଓଡ଼ିଶା ଭାସ୍କର: ଆଜି ବି ଦୁନିଆରେ ବହୁ ରାଜପରିବାର ରହିଛନ୍ତି । ରାଜପରିବାରର ସଦସ୍ୟ ହେବା ଗୌରବ ବିଷୟ ଅଟେ । ବିଭିନ୍ନ ଦେଶରେ ରାଜପରିବାର ଦ୍ୱାରା ସ୍ଥିର କରାଯାଇଥିବା ନିୟମ କାନୁନ ସମସ୍ତଙ୍କୁ ପାଳନ କରିବାକୁ ପଡ଼ିଥାଏ । ସେଠିକାର ସରକାର ମଧ୍ୟ ରାଜପରିବାରଙ୍କ ଇଶାରାରେ କାର୍ଯ୍ୟ କରିଥାନ୍ତି । ରାଜପରିବାରରେ ଅନେକ ଅଜବ ଓ କଠୋର ନିୟମ ରହିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ୟେକ ରାଜପରିବାର ଏହି ସବୁ ନିୟମକୁ ପରମ୍ପରା ଭାବେ ପାଳନ କରି ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ଏପରି କିଛି ୬ଟି ନିୟମ ବିଷୟରେ:

୧. ପ୍ରତି ରାଜପରିବାରମାନଙ୍କ ସ୍ୱତନ୍ତ୍ର ପ୍ରୋଟୋକଲ ରହିଛି । ଜନତାଙ୍କ ଗହଣରେ ସାମିଲ ହେଲେ ରାଜପରିବାରର ସଦସ୍ୟମାନଙ୍କୁ ସାଧାରଣ ଜନତାଙ୍କ ସହ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବାକୁ ପଡ଼ିଥାଏ । ସେମାନେ ସାଧାରଣ ଜନତାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଜାର୍ଡ଼ନ, ଭୁଟାନ ଏବଂ ଓମାନରେ ଏହି ପରମ୍ପରା ପ୍ରଚଳିତ ଥିବାବେଳେ ବ୍ରିଟେନରେ ଏହି ନିୟମକୁ ନେଇ ଏତେ କଠୋରତା ନାହିଁ ।

୨. ସୁରକ୍ଷା ଦୃଷ୍ଟିରୁ ରାଜପରିବାରର ଉତ୍ତରାଧିକାରୀ କୌଣସି ବ୍ୟକ୍ତି ସହ ଏକାଠି ଯାତ୍ରା କରିପାରିବେ ନାହିଁ । ବିମାନ ଯାତ୍ରା କରୁଥିବା ସମୟରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ । ମୋନାକୋ, ଡେନମାର୍କ ଓ ନୱେର୍ର ରାଜପରିବାର ଆଜି ବି ଏହି ନିୟମ ପାଳନ କରୁଛନ୍ତି ।

୩. ରାଜପରିବାରର କୌଣସି ସଦସ୍ୟ ଉପନାମ ରଖିବା ଉପରେ ପ୍ରତିବନ୍ଧକ ରହିଛି । ଏପରି କରିବା ଅପମାନଜନକ ଅଟେ । ଥାଇ, ସାଉଦୀ ଆରବ, ମୋରକ୍କୋ ଏବଂ ବ୍ରୁନେଇ ରାଜପରିବାରରେ ଏହି ନିୟମ ପାଳନ କରାଯାଇଥାଏ । ବ୍ରିଟିଶ ରାଜ ପରିବାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିଲେ ।

୪. ରାଜପରିବାରର କୌଣସି ସଦସ୍ୟ ଶେଲଫିସ୍(କଙ୍କଡ଼ା ଜାତୀୟ ଖାଦ୍ୟ) ଖାଇପାରିବେ ନାହିଁ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିଷାକ୍ତ ହେବା ସହ ଆଲର୍ଜୀର କାରଣ ହୋଇପାରେ ।

୫. ବିଦେଶ ଯାତ୍ରା ସମୟରେ ରାଜପରିବାରର ସଦସ୍ୟମାନେ ସବୁବେଳେ କଳା ରଂଗର ବସ୍ତ୍ର ପରିଧାନ କରିଥାନ୍ତି । ତେବେ ମହାରାଣୀ ଏଳିଜାବେଥ୍ ୨ୟ ନିଜ ପିତାଙ୍କ ମୃତ୍ୟୁ ସମୟରେ ଏହି ନିୟମ ଭାଙ୍ଗିଥିଲେ ।

୬. ରାଜପରିବାରର ସଦସ୍ୟମାନେ ରାଜନୀତି ଠାରୁ ଦୂରେଇ ରହିବେ । ଏହା ଦ୍ୱାରା ସେମାନେ ସର୍ବଦା ନିରପେକ୍ଷ ଭାବେ ନିଷ୍ପତ୍ତି ନେଇଥାନ୍ତି ।

Get real time updates directly on you device, subscribe now.