କେନ୍ଦୁଝର(ଓଡ଼ିଶା ଭାସ୍କର): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ । ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ସଦର ଥାନା ପଦ୍ମପୁର ସ୍ଥିତ ଜାତୀୟ ରାଜପଥ -୨୦ ଜଡ଼ିଚାତର ରିଲାଏନ୍ସ ପେଟ୍ରୋଲ୍ ପମ୍ପରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ତେଲ ପକାଇବା ବାହାନାରେ ୨୦ ଲକ୍ଷ ଲୁଟିନେଇଛନ୍ତି ୬ ଜଣ ବାଇକ ଆରୋହୀ ଦୁର୍ବୃତ୍ତ ।
ସୂଚନା ଅନୁସାରେ, ୨ଟି ବାଇକରେ ୬ ଦୁର୍ବୃତ୍ତ ପେଟ୍ରୋଲ ପମ୍ପ ଆସିଥିଲେ । ଏହା ପରେ ବନ୍ଧୁକ ମୁନରେ ସେମାନେ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।