fbpx

ସଲମାନ ଖାନ ଗୁଳିବିନିମୟ ଘଟଣାରେ ବଡ଼ ଖୁଲାସା, ଆକ୍ରମଣକାରୀ ପୂର୍ବରୁ ନେଇଥିଲେ ଖାସ ଟ୍ରେନିଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ଫାୟାରିଙ୍ଗ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜେରା ପରେ ନୂଆ ଖୁଲାସା ହୋଇଛି । ବର୍ତ୍ତମାନ ସମଲାନ ଖାନ ଗୁଳିମିନିମୟ ମାମଲାର ସୁଟର୍ସଙ୍କୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । କ୍ରାଇମ ବ୍ରାଞ୍ଚ ଏହି ମାମଲାର ଖୁଲାସା କରିଛନ୍ତି । କ୍ରାଇମବ୍ରାଞ୍ଚକୁ ପଚରାଉଚରା ସମୟରେ ସୁଟର ସାଗର ପାଲ ନୂଆ ସୂଚନା ଦେଇଛନ୍ତି । ଆକ୍ରମଣକାରୀ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା କରିବା ପୂର୍ବରୁ ଟ୍ରେନିଙ୍ଗ ନେଇଥିଲେ । ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଫାୟରିଙ୍ଗ ପୂର୍ବରୁ ସୁଟର ବିହାରରେ ଗୁଳିଚାନା ର ଅଭ୍ୟାସ କରିଥିଲେ ।

ସଲମାନ ଖାନ ଫାୟରିଙ୍ଗ ମାମଲାର ଜେରା ପରେ କ୍ରାଇମ ବ୍ରାଞ୍ଚ କହିଛି ଯେ, ସୁଟର ସାଗର ପାଲ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ନିଜ ଗାଁ ପାଖରେ ଅନେକ ବନ୍ଧୁକ ଚଳାଇବାରେ ଟ୍ରେନିଙ୍ଗ ନେଇଥିଲେ । ତଦନ୍ତ ଜରିଆରେ ଜଣାପଡିଛି ଯେ, ଅଭିଯୁକ୍ତ ମୁମ୍ବାଇରେ ପାୟରିଙ୍ଗରେ ୪ ରୁ ୫ ଦିନ ପୂର୍ବରୁ ସଲମାନ ଖାନଙ୍କ ପନବେଲ ଫାର୍ମହାଉସର ଯାଞ୍ଚ କରିଥିଲେ । ତେବେ ଏହି ଫାୟରିଙ୍ଗ ପାଇଁ ଯୋଜନା ପୂର୍ବରୁ ହିଁ ମୁମ୍ବାଇରେ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେମାନଙ୍କ ଉଦ୍ଦେଶ୍ୟ ଆତଙ୍କବାଦ ବିସ୍ତାର କରିବାର ଥିଲା । କାରଣ ମୁମ୍ବାଇରେ ସଲମାନ ଖାନଙ୍କ ଘର ଉପରେ ଫାୟରିଙ୍ଗରେ ମିଡିଆ କଭରେଜ ଏବଂ ପବ୍ଲିସିଟି ମିଳିବ ।

Get real time updates directly on you device, subscribe now.