fbpx

ରିଲିଜ୍ ହେଲା ସାଙ୍ଗ-ଚିର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ(ଓଡ଼ିଶା ଭାସ୍କର): ମାର୍ଭେଲର ପ୍ରଥମ ଏସୀୟ ସୁପର ହିରୋ ଫିଲ୍ମ ସାଙ୍ଗ-ଚି ଆଣ୍ଡ ଦ ଲେଜେଣ୍ଡ ଅଫ୍ ଟେନ୍ ରିଙ୍ଗସ୍ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଯାଇଛି । ଫିଲ୍ମର ପ୍ରଥମ ଟ୍ରେଲରଟି ୨ ମାସ ପୂର୍ବରୁ ଲଞ୍ଚ ହୋଇଥିବା ବେଳେ ଏହାକୁ ପ୍ରାୟ ୧୯ ମିଲିୟନ୍ ଦର୍ଶକ ଦେଖିଥିଲେ । ସିମୁ ଲିଉ ଏହି ଚଳଚିତ୍ରରେ ସୁପର ହିରୋ ଭାବରେୁ ନଜର ଆସିଥିବା ବେଳେ ଖଳନାୟକ ଭାବରେ ରହିଛନ୍ତି ଟୋନି ଲିଉଙ୍ଗ । ୨୦୦୮ର ମାର୍ଭେଲ୍ ଫିଲ୍ମ ଆଇରନ୍ ମ୍ୟାନ୍ରେ ସାଙ୍ଗ-ଚିର ସାମାନ୍ୟ ଝଲକ ଦେଖିବାକୁ ମିଳିଥିଲା । ଟୋନି ଲିଉଙ୍ଗ ଏହି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଏବଂ ସିମୁଙ୍କ ପିତା ଚରିତ୍ରରେ ନଜର ଆସିଛନ୍ତି ।

ନିଜ ପିତାଙ୍କ ଦ୍ୱାରା ଛୋଟ ବେଳରୁ ପ୍ରଶିକ୍ଷିତ ହୋଇଥିବା ଲିଉ କିଭଳି ନିଜ ପିତାଙ୍କ ଲୋକ ମାନଙ୍କ ବିରୁଦ୍ଧରେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ମାର୍ଭେଲର ପୁରୁଣା କଳାକାରଙ୍କ ମଧ୍ୟରେ ଟିମ୍ ରଥ୍ (ଦ ଇନକ୍ରେଡେବଲ୍ ହଲ୍କ) ଓ ବେନେଡିକ୍ଟ ଓଙ୍ଗ (ଡକ୍ଟର ଷ୍ଟ୍ରେଞ୍ଜ) ଏହି ଫିଲ୍ମରେ ନଜର ଆସିଛନ୍ତି । ଶର୍ଟ ଟର୍ମ ୧୨ର ନିର୍ଦ୍ଦେଶକ ଡେଷ୍ଟିନ୍ ଡାନିଏଲ୍ କ୍ରେଟନ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିିର୍ଦ୍ଦେଶନା ସହିତ କ୍ରେଟନ୍ ଓଣ୍ଡର ଓମ୍ୟାନ୍ ୧୯୮୪ର କାହାଣୀକାର ଡେଭିଡ୍ ଚାହ୍ଲାମ ଓ ଆଣ୍ଡ୍ୟୁ ଲାନ୍ହାମ୍ କାହାଣୀ ଲେଖିଛନ୍ତି ।

Get real time updates directly on you device, subscribe now.