fbpx

ଘରୁ ଶୁଭୁଥିଲା ସାପର ଗର୍ଜନ, ବିଲମ୍ବିତ ରାତିରେ ୭ ଫୁଟ ନାଗକୁ ଧରିଲେ ସାପ ଧରାଳି ପ୍ରଭାବ

କୁଜଙ୍ଗ, (ଭାସ୍କର ନ୍ୟୁଜ) : କୁଜଙ୍ଗ ବ୍ଲକ ଭୂତମୁଣ୍ଡାଈ ଅଞ୍ଚଳର ସୁଶାନ୍ତ ମଲିକଙ୍କ ଘରୁ ଏକ ୭ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପର ଗର୍ଜନ ଶୁଣିବା ମାତ୍ରେ ସୁଶାନ୍ତଙ୍କ ପରିବାର ଭୟଭିତ ହୋଇ ପଡିଥିବା ବେଳେ ସେ କୁଜଙ୍ଗ ବନ ବିଭାଗକୁ ଜଣାଇଥିଲେ । ମାତ୍ର ବନ ବିଭାଗର ଏହି କାର୍ଯ୍ୟରେ ସହାୟତା ମିଳନଥିବା ବେଳେ କୁଜଙ୍ଗ ଅଞ୍ଚଳର ଜଣାଶୁଣା ସାପ ଧରାଳି ପ୍ରଭାତ କୁମାର ବେହେରାଙ୍କ ସହଯୋଗ ଲୋଡିଥିଲେ ।

ରାତି ପ୍ରାୟ ସାଢେ ଗୋଟାଏରେ ପ୍ରଭାତ ଓରଫ ବାବୁନି ସୁଶାନ୍ତଙ୍କ ବାସଭବନରେ ପହଂଚି ଏହି ୭ ଫୁଟ୍‌ର ନାଗ ସାପକୁ ଉଦ୍ଧାର କରିବା ସହ ସ୍ଥାନୀୟ ଜଙ୍ଗଲରେ ଛାଡିଥିଲେ । ବାବୁନି ବିନା ସକାରାରୀ ପ୍ରୋତ୍ସହନରେ ବିଗତ ଦୁଇ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳର ଶହ ଶହ ବ୍ୟକ୍ତିଙ୍କ ଘରୁ ବିଭିନ୍ନ ବିଷଧର ସାପ ଉଦ୍ଧାର କରିଆସୁଛନ୍ତି । ବାବୁନିଙ୍କ ଏତାଦୃଶ କାର୍ଯ୍ୟ କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ସାମାଜିକ କର୍ମୀ ନିତ୍ୟାନନ୍ଦ ମହାନ୍ତି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.