fbpx

ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ ଚୁର୍ ହୋଇ ଖୋଲାଖୋଲି ମଦ୍ୟପାନ କରିବେ, ତେବେ ପଞ୍ଚାତୟବାସୀଙ୍କ ଦୁଃଖ ବୁଝିବ କିଏ? ଯାଜପୁର ଜିଲ୍ଲା ବନ୍ଦଡିହ ପଞ୍ଚାୟତର ସରପଞ୍ଚ ମଦ୍ୟପାନ କରୁଥିବା ଭିଡିଓ ଭାଇରାଲ୍ ହେବା ପରେ ସାଧାରଣରେ ଉଠୁଛି ଅନେକ ପ୍ରଶ୍ନ ।

ସୂଚନା ଅନୁସାରେ ସାମ୍ନାରେ ଗ୍ଲାସ ଅଛି । ଆଉ ଗ୍ଲାସ ଭିତରେ ଅଛି ନାଲିପାଣି । ଆଉ ନାଲିପାଣିରେ ପଞ୍ଚ୍ ହେଉଛି ମିନେରାଲ ପାଣି । ଟିକେ ଭଲ ଭାବେ ଦେଖନ୍ତୁ ଦୃଶ୍ୟକୁ । ଏଠାରେ ଭିଡିଓ ମଧ୍ୟ ରହିଛି ଦେଖିପାରିବେ । ମେଳି ବାନ୍ଧି ନାଲିପାଣି ପିଉଥିବା ବାବୁଜଣକ ହେଉଛନ୍ତି ଖୋଦ୍ ବନ୍ଧଡିହ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ଜେନା । ତିନି ଥର ନିଜ ପଦକୁ ବଞ୍ଚାଇ ରଖିପାରିଛନ୍ତି ଅର୍ଥାତ ତିନି ଥର ବହୁ ମତରେ ନିର୍ବାଚିତ ହୋଇଛନ୍ତି ସରପଞ୍ଚ ଶ୍ରୀ ଜେନା । କଂଗ୍ରେସରୁ ଥରେ ଏବଂ ବିଜେପିରୁ ୨ ଥର । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ସରପଞ୍ଚ ଲୋକଙ୍କ ହିତ ପାଇଁ ନା ମଦ ଖଟି କରିବା ପାଇଁ? ଗୋଟିଏପଟେ ରାଜ୍ୟରେ ମଦ କାରବାର ପାଇଁ ଆଇନତଃ ଅନୁମତି ଥିବାବେଳେ ସରପଞ୍ଚ ମହୋଦୟ ତାକୁ କାର୍ଯ୍ୟରେ କରି ଦେଖାଉଛନ୍ତି କି? ଖାଲି ମଦ ପିଉଛନ୍ତି ନା ବାବୁଙ୍କର ଅନ୍ୟ କିଛି ଭିତିରି କାରନାମା ରହିଛି ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.