20 ରେ ବନ୍ଦ ରହିବ ଭୁବନେଶ୍ବର-କଟକର ସବୁ ସ୍କୁଲ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଛୁଟି ଘୋଷଣା
20 ରେ ଭୁବନେଶ୍ବର କଟକ ମହାନଗରରେ ସ୍କୁଲ ଛୁଟି । ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି।
ଭୁବନେଶ୍ବର: 20 ରେ ଭୁବନେଶ୍ବର କଟକ ମହାନଗରରେ ସ୍କୁଲ ଛୁଟି । ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ । ସେନେଇ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ ଛୁଟି ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସାମରିକ ସ୍କୁଲ ବନ୍ଦ ରହିବ ।