fbpx

ସ୍କୁଲ ଛୁଟିକୁ ନେଇ ବଡ଼ ନିଷ୍ପତ୍ତି! ଜୁନ୍ ୧୮ରେ ନୁହେଁ, ଜୁନ୍ ୨୪ରେ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ!

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ତେଣୁ ତାତି କାରଣରୁ ବିଭିନ୍ନ ରାଜ୍ୟ ସରକାର ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରୁଥିବା ଦେଖାଯାଉଛି । ନିକଟରେ ଉତ୍ତରପ୍ରଦେଶ ସରକାର ଏନେଇ ବଡ଼ ନିଷ୍ପତ୍ତି ନେଇଥିଲେ । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଖରା ଛୁଟିର ଅବଧିକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଗ୍ରୀଷ୍ମ ଛୁଟି ଜୁନ୍ ୧୫ ପର୍ଯ୍ୟନ୍ତ ରହିଥିବା ବେଳେ ଏବେ ତାହାକୁ ଜୁନ୍ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡ଼ିକର ଛୁଟି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଉତ୍ତରପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକ ଜୁନ୍ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ କେବଳ ଉତ୍ତରପ୍ରଦେଶ ନୁହେଁ, ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଜୁନ ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ସରକାରୀ ନିର୍ଦ୍ଦେଶ ଜାରି ହୋଇଛି । ସୂଚନାଯୋଗ୍ୟ ଯେ, ହରିୟାଣାରେ ଜୁନ ପହିଲାରୁ ଖରାଛୁଟି ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ମେ ୧୧ରୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା । ସେହିପରି ମଧ୍ୟପ୍ରଦେଶରେ ମେ ୧ରୁ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.