fbpx

ପ୍ରଥମ ଥର ଜଣେ ଓଡ଼ିଆ ବୈଜ୍ଞାନିକ ପାଇବେ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’: ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ ମିଳିବ । ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସ୍ୱାତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାତୀଙ୍କର ଏହି ଅବଦାନ ବିଶ୍ୱର ଅନ୍ୟ ବୈଜ୍ଞାନିକଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ନୋବେଲ ପୁରସ୍କାର ବିଜେତା ଓ ସବୁଜ ବିପ୍ଲବର ମୁଖ୍ୟ ବିନ୍ଧାଣୀ ଡ. ନରମାନ ବୋରଲଗଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃଷି, ଖାଦ୍ୟ ସୁରକ୍ଷା, କ୍ଷୁଧା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ ବର୍ଷରୁ କମ୍ ବୟସର ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ସ୍ୱାତୀ ଏହି ପୁରସ୍କାରରେ ସମ୍ମାନିତ ହେବା ସମଗ୍ର ଓଡ଼ିଶାବାସୀଙ୍କ ନିଶ୍ଚିତ ଭାବେ ଏକ ଗୌରବର କଥା ।

ଏହି ପୁରସ୍କାର ଗ୍ରହଣ କରିବାରେ ସ୍ୱାତୀ ତୃତୀୟ ଭାରତୀୟ ଓ ପ୍ରଥମ ଓଡ଼ିଆ ହେବେ । ଆସନ୍ତା ଅକ୍ଟୋବର ମାସ ୨୨ରୁ ୨୮ ତାରିଖ ମଧ୍ୟରେ ଆମେରିକାର ଆଇଡବ୍ଲ୍ୟୁଠାରେ ଏକ ମେଗା କାର୍ଯ୍ୟକ୍ରମ ଅବସରରେ ଏହି ଉଚ୍ଚ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ସ୍ୱାତୀ । ଭୁବନେଶ୍ୱର ବାସିନ୍ଦା ସ୍ୱାତୀ ବର୍ତ୍ତମାନ ଫିଲିପାଇନ୍ସର ମାନିଲା ସ୍ଥିତ ସିଜିଆଇଏଆର- ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାରେ ଜଣେ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.