fbpx

SCO meeting: ଭାରତରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀ, କହିଲେ-ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ

ଗୋଆ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୁରୁବାର ଆସି ଭାରତରେ ପହଞ୍ଚିଛନ୍ତି । ଗୋଆରେ ୪ ଏବଂ ୫ ମେରେ ହେବାକୁ ଥିବା ସାଂଘାଇ କର୍ପୋରେସନ୍ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ ନେବାକୁ ସେ ଭାରତ ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଯାତ୍ରା କେବଳ ଏସ୍‌ସିଓ ସମ୍ମିଳନୀ କେନ୍ଦ୍ରୀକ ରହିଛି । ଏହି ଗସ୍ତ ସମ୍ପର୍କରେ ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ସେ ଭାରତ ଗସ୍ତରେ ଆସି ଉତ୍ସାହିତ ଅଛନ୍ତି । ସେ ଏକ ଭିଡିଓ ଜାରି କରି କହିଛନ୍ତି କି, ‘ମୁଁ ସଂଘାଇ କର୍ପୋରେସନ୍ ସଂଗଠନରେ ପାସକିସ୍ତାନ ପ୍ରତିନିଧୀ ମଣ୍ଡଳର ନେତୃତ୍ୱ କରିବେ । ଏହି ବେଠକରେ ସାମିଲ ହେବା ଏସ୍‌ସିଓ ଚାର୍ଟର ପ୍ରତି ପାକିସ୍ତାନର ମଜବୁତ ପ୍ରତିବଦ୍ଧତାକୁ ଦର୍ଶାଉଛି।’

୨୦୧୧ ପରେ ପ୍ରଥମ ଥର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଳାୟ କାର୍ଯ୍ୟାଳୟ କହିଛି ଯେ ବର୍ତ୍ତମାନର ଏସସିଓ ଅଧ୍ୟକ୍ଷ ଭାରତ ପକ୍ଷରୁ ଏସସିଓ-ସିଏଫଏମ ବୈଠକରେ ଯୋଗଦେବା ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କୁ ନିମନ୍ତ୍ରଣ ପଠାଇଥିଲେ ।

ଭାରତରେ ବିଲାୱାଲ ଭୁଟ୍ଟୋଙ୍କ ଆଗମନ ପାକିସ୍ତାନର ଏଜେଣ୍ଡାରେ ଏକ ପ୍ରମୁଖ ପରିବର୍ତ୍ତନ ଭାବରେ ଦେଖାଯାଉଛି । ଅଦ୍ୟାବଧି କାଶ୍ମୀର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଫୋରମ୍ ଠାରୁ ଦୂରତା ବଜାୟ ରହିଥିଲା । ଅନ୍ୟପକ୍ଷରେ ଆତଙ୍କବାଦ ଶେଷ ନହେବା ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହିତ ଆଲୋଚନା କରିବାକୁ ମନା କରିଦେଇଛି । ଏଭଳି ପରିସ୍ଥିତିରେ କାଶ୍ମୀରର ଉତ୍ସାହ ଛାଡି ପାକିସ୍ତାନ ଭାରତକୁ ଆସିବା ଏକ ବଡ ପରିବର୍ତ୍ତନର ସଙ୍କେତ ଦେଉଛି ।

ରିପୋର୍ଟ ଅନୁଯାୟୀ ଏହି ସମ୍ମିଳନୀ ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ୍‌ଜୟଶଙ୍କର ଏବଂ ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ କୌଣସି ସାକ୍ଷାତ ହେବାର ସୂଚନା ନାହିଁ । ତେବେ ଡିନର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଦୁଇ ବିଦେଶ ମନ୍ତ୍ରୀ ଆମନା ସାମନା ହୋଇପାରନ୍ତି ।

୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ଲଶ୍କର-ଏ-ତାଇବା ଦ୍ୱାରା କରାଯାଇଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ । କେବଳ ଏତିକି ନୁହେଁ, ୨୦୧୯ ରେ ପୁଲୱାମା ଆକ୍ରମଣ ପରେ ଏବଂ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ଭାରତ ହଟାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିମ୍ନ ସ୍ତରରେ ପହଞ୍ଚିଛି ।

Get real time updates directly on you device, subscribe now.