fbpx

ବଡ଼ ଦୁଃଖ ଖବର: ନେପାଳ ଭୂସ୍ଖଳନରେ ୭ ଜଣ ଭାରତୀୟଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ନେପାଳରେ ଘଟିଥିବା ବଡ଼ଧରଣର ଭୂସ୍ଖଳରେ ଦୁଇଟି ବସ୍ ତ୍ରିଶୁଲୀ ନଦୀ ଗର୍ଭକୁ ଖସି ପଡ଼ିଥିଲା । ଉକ୍ତ ଦୁଇ ବସରେ ପାଖାପାଖି ୬୫ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟତଃ ସବୁ ଯାତ୍ରୀ ନିଖୋଜ ରହିଥିବା ଜଣାପଡ଼ିଛି । ତେବେ ଏହି ବସ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏହା ମଧ୍ୟରେ ଏକ ଦୁଃଖଦ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଅଘଟଣାରେ ୭ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଏକ ବଡ଼ଧରଣର ଭୂସ୍ଖଳନ କାରଣରୁ ନଦୀ ଗର୍ଭକୁ ଦୁଇଟି ବସ୍ ଖସି ପଡ଼ିଥିଲା । ଫଳରେ ନଦୀ ପାଣିରେ ୬୦ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲା । ରାତି ପାଖାପାଖି ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା । ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି । ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏହି ଭୂସ୍ଖଳନ କାରଣରୁ ଏବେ ଯାତାୟାତ ଠପ୍ ହୋଇଯାଇଛି ।

ନେପାଳର ଚିତବନ ଜିଲ୍ଲା ନିକଟରେ ଏହି ଅଘଟଣ ଘଟିଥିଲା । ୬୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ ଭୂସ୍ଖଳନ କାରଣରୁ ତ୍ରିଶୁଲୀ ନଦୀ ଗର୍ଭକୁ ଖସି ପଡ଼ିଥିଲା । ଫଳରେ ବହୁ ଯାତ୍ରୀ ନିଖୋଜ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ଷା କାରଣରୁ ଏବେ ଯାତାୟାତା ଠପ୍ ହୋଇଯାଇଥିବା ବେଳେ ନଦୀରେ ପ୍ରବଳ ପାଣି ବହୁଥିବାରୁ ବସକୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଅଘଟଣକୁ ନେଇ ଗଭୀର ଭାବେ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ପ୍ରଚଣ୍ଡ ।

Get real time updates directly on you device, subscribe now.