fbpx

ଗୁଜୁରାଟରେ ଏଥର କିଏ ଗଢ଼ିବ ସରକାର, Congress ନା BJP: ଶିବରାଜଙ୍କୁ ହଟାଇ ନୂଆ ଗେମ୍ ଖେଳିପାରେ ଭାଜପା

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ବାତାବରଣ ସେତିକି ସରଗରମ୍ ହେବାରେ ଲାଗିଛି । ଏହାମଧ୍ୟରେ ବିଭିନ୍ନ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଭିନ୍ନ ରାଜ୍ୟର ମୁଖିଆମାନଙ୍କୁ ହଟାଇ ନୂଆ ନେତାଙ୍କୁ ନିଯୁକ୍ତି ଦେଇ ନିଜର ଚେହେରାକୁ ସ୍ୱଚ୍ଛ କରିବା ପ୍ରୟାସରେ ରହିଛନ୍ତି ଅଧିକାଂଶ ପାର୍ଟି । ତେବେ ଏହାମଧ୍ୟରେ ଭାରତୀୟ ଜନତା ପାର୍ଟି କିଛି ରାଜ୍ୟରେ ନିଜର ନୂଆ ରଣନୀତି ଆପ୍ଲାଏ କରିସାରିଛି ଓ ଆଗକୁ କିଛି ରାଜ୍ୟରେ ମଧ୍ୟ ଏହା ଆପ୍ଲାଏ ହେବାକୁ ଯାଉଛି ।

ତେବେ ଏହି କ୍ରମରେ ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ କିଛି ନୂଆ ରଣନୀତି ଆପଣାଇପାରେ । କାରଣ ଗତ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ କ୍ଷମତାକୁ ଆସିଥିଲା । ପରବର୍ତ୍ତୀ ସମୟରେ ବିଜେପି ପୁନର୍ବାର ରାଜ୍ୟରେ କ୍ଷମତା ହାତେଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ହଟାଇ ଆଉ ଜଣେ ନୂଆ ଚେହେରାଙ୍କୁ ଦଳ ସିଏମ୍ ଗାଦିରେ ବସାଇବାକୁ ହୁଏତ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରୁଥାଇ ପାରନ୍ତି ।

ଗତ ୨୨ ତାରିଖରେ ଭୋପାଳରେ ବସିଥିବା ଏକ ବୈଠକରେ ରାଜ୍ୟ ରାଜନୀତିକୁ ନେଇ ବିଚାର ବିମର୍ଶ ଚାଲିଥିଲା । ଶିବରାଜଙ୍କୁ ହଟାଇବା ନେଇ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଦୁଇଦିନ ତଳେ ଦିଲ୍ଲୀର ଭାଜପାର କୋର ଗ୍ରୁପର ବୈଠକରେ ଏ ବାବଦରେ କିଛି ଆଲୋଚନା ହୋଇ ନଥିଲା । ତେଣୁ ଶିବରାଜ ବଦଳିବା କିମ୍ବା ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଉପରେ ଦଳ ଗୁରୁତ୍ୱାରୋପ କରୁଥିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏମପି ରାଜ୍ୟନୀତିରେ ଆଗକୁ କ’ଣ ଘଟୁଛି ତାହା ସମୟ ଆସିଲେ ଜଣାପଡ଼ିବ ।

Get real time updates directly on you device, subscribe now.