fbpx

ଜାଣନ୍ତୁ ଗର୍ଭାବସ୍ଥା ରେ ଡାଳିମ୍ବ ଖାଇଲେ କଣ ହୁଏ ?

ଭୁବନେଶ୍ୱର: ଡାଳିମ୍ବ ଏକ ହାଇଫାଇବର ଯୁକ୍ତ ଫଳ। ଯାହାକି ଶରୀର ପାଇଁ ବହୁ ଆବଶ୍ୟକ। ଡାଳିମ୍ବରେ ବହୁ ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଟ୍ୟୁମର୍ ଗୁଣ ରହିଛି ଏବଂ ଏହାସହ ଏଥିରେ ପ୍ରଚୁର ପରିମାଣର ଭିଟାମିନ୍, ବିଶେଷତଃ ଭିଟାମିନ୍ ଏ, ଭିଟାମିନ୍ ସି, ଏବଂ ଭିଟାମିନ୍ ଇ, ଏବଂ ଫୋଲିକ୍ ଏସିଡ୍ ରହିଛି। ଯାହା ଆମ ଶରୀର ପାଇଁ ବହୁ ଆବଶ୍ୟକ। ପ୍ରତିଦିନ ଡାଳିମ୍ବ ଖାଇବା କିମ୍ବା ଏହାର ରସ ପିଇବା ଦ୍ବାରା ଆମ ଶରୀରରେ  ରୋଗ ପ୍ରତିରୋଧକ ଶକ୍ତି, ଟାଇପ୍-୨ ମଧୁମେହ ସହିତ ମୁକାବିଲା କରିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ହଜମ ପ୍ରକ୍ରିୟାକୁ ସୁଗମ କରିବା ଏବଂ ତ୍ୱଚାକୁ ମଧ୍ୟ ଚମକାଇବା ପାଇଁ ଏକ ଉତ୍କୃଷ୍ଟ ସାହାର୍ଯ୍ୟ କର ହୋଇପାରେ ।

ଡାଳିମ୍ବ ରସ ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର ପାଇଁ ନିରାପଦ ଅଟେ।

  • ଏହା ଆପଣଙ୍କ ରକ୍ତକୁ ପତଳା କରିବାରେ ସାହାର୍ଯ୍ୟ ହୋଇଥାଏ।
  • ଡାଳିମ୍ବ ମଞ୍ଜି ଆପଣଙ୍କ ରକ୍ତ ଜମାଟ ବାନ୍ଧିବାରେ ସାହାର୍ଯ୍ୟ କରିଥାଏ।
  • ଡାଳିମ୍ବ ଖାଇବା ଦ୍ୱାରା ଅଧିକ ଚର୍ବି ଦୂର ହୋଇଥାଏ ।
  • ଏହାସହ ଡାଳିମ୍ବ ଆମ ରକ୍ତରେ ଅମ୍ଳଜାନର ସ୍ତରକୁ ପମ୍ପ କରିବାରେ ସାହାଯ୍ୟ କରେ ।
  • ଡାଳିମ୍ବ ରସରେ ପ୍ରୋଷ୍ଟେଟ କର୍କଟ ସହିତ ଲଢ଼ିବାର କ୍ଷମତା ଅଛି।
  • ଡାଳିମ୍ବ ଉପକାରୀ ପୋଷକ ତତ୍ତ୍ୱରେ ଭରପୁର।
  • ଏହାସହ ଡାଳିମ୍ବରେ ସ୍ମୃତି ଶକ୍ତିକୁ ମଧ୍ୟ ଉନ୍ନତି କରିଥାଏ ।
  • ଡାଳିମ୍ବର ମୁଖ୍ୟ ଉପାଦାନ ମଧ୍ୟରୁ ପୁନିକିକ୍ ଏସିଡ୍ ହେଉଛି ଯାହାକି କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲାଇରାଇଡସ୍ କମିବା ଏବଂ ରକ୍ତଚାପ କମାଇବାରେ ସାହାଯ୍ୟ କରିଥାଏ ।
  • ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
  • ଆମେ ସମସ୍ତେ ଜାଣୁ ଫାଇବର ହଜମ ପାଇଁ ଭଲ।

     

    ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଡାଳିମ୍ବ ମିଶାଇବା ଆପଣଙ୍କ ଦୈନ୍ଦିନ କାର୍ଯ୍ୟରେ ଫାଇବର ଅନ୍ତର୍ଭୁକ୍ତ କରିବାର ସର୍ବୋତ୍ତମ ଉପାୟ ହୋଇପାରେ।ତେଣୁ ଡାଳିମ୍ବ କୁନିଜ ଦୈନନ୍ଦିନ ବ୍ୟବହାରରେ ଲଗାଇପାରିବା।ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ବହୁ ଲାଭପ୍ରଦ।

     

Get real time updates directly on you device, subscribe now.