fbpx

ନିର୍ବାଚନ ଡ୍ୟୁଟିରେ ଯାଇଥିବା ୬ ଜଣ ହୋମଗାର୍ଡଙ୍କ ମୃତ୍ୟୁ: ଭୀଷଣ ଗରମ କାରଣରୁ ୨୩ ଜଣ ହସ୍ପିଟାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦେଶର ବିଭିନ୍ନ ସ୍ଥାନରେ ଏବେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ସେଥିରେ ପ୍ରଭାବିତ ହୋଇଛନ୍ତି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା କିଛି କର୍ମଚାରୀ । ଉତ୍ତରପ୍ରଦେଶର ମିର୍ଜାପୁର ଲୋକସଭା ଆସନରେ ନିର୍ବାଚନ ଡ୍ୟୁଟି କରିବାକୁ ଯାଇଥିବା ୬ ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୨୩ ଜଣଙ୍କର ଅବସ୍ଥା ବିଗିଡ଼ି ଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଏହି ଯବାନମାନଙ୍କୁ ହସ୍ପିଟାଲକୁ ନେବା ସମୟରେ ସେମାନଙ୍କର ଜ୍ୱର ଓ ରକ୍ତଚାପ ବଢ଼ିଯାଇଥିଲା । ତେଣୁ ସେମାନଙ୍କର ମୃତ୍ୟୁ ଭୀଷଣ ଗରମ କାରଣରୁ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି । ମୋଟ ୨୩ ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଏବେ ବି ଗମ୍ଭୀର ରହିଛି । ଯବାନଙ୍କ ଠାରେ ବ୍ରେନ ଷ୍ଟ୍ରୋକର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ହୋମଗାର୍ଡଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ରିପୋର୍ଟ ପଠାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.