fbpx

ରାଜବୀର ପାଇଁ ଆଗକୁ ଆସିଲେ ସୋନୁ ସୁଦ୍: ସମସ୍ତେ ସହଯୋଗର ହାତ ବଢାନ୍ତୁ, ପିଲାଟି ବଞ୍ଚି ଯିବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟୁରୋ ଜେନେଟିକ୍ ଏସଏମଏରେ ଆକ୍ରାନ୍ତ ହୋଇଥିବା କନ୍ଧମାଳର ୧୯ ମାସର ଶିଶୁ ରାଜବୀରକୁ ସହାୟତାର ହାତ ବଢାଇଛନ୍ତି ସୋନୁ ସୁଦ୍ । ରାଜବୀରର ଇଞ୍ଜେକ୍ସନ ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ ରହିଥିବା ବେଳେ ସହାୟତା ପାଇଁ ସୋନୁଙ୍କ ପାଖରେ ପହଞ୍ଚିଥିଲେ ରାଜବୀରର ପିତା ମାତା କୁଳମଣି ରାଣା ଓ ଟାମଲିକା ଦାସ ।

ସୋନୁ ରାଜବୀରର ରୋଗ ସମ୍ପର୍କରେ ଜାଣିବା ପରେ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ୧୬ କୋଟି ଟଙ୍କାର ସହାୟତା କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ଭବ । ତେଣୁ ସମସ୍ତେ ସହଯୋଗର ହାତ ବଢ଼ାଇଲେ ରାଜବୀର ନିଶ୍ଚୟ ଠିକ ହେଇଯିବ ବୋଲି କହିଥିଲେ ସୋନୁ ସୁଦ୍ । ଏସଏମରେ ଆକ୍ରାନ୍ତ ଏକାଧିକ ଶିଶୁଙ୍କ ଚିକିତ୍ସା ହୋଇଥିବା ବେଳେ ସମଗ୍ର ଦେଶ ଓ ଦୁନିଆର ସହଯୋଗରେ ଆମେ ରାଜବୀରକୁ ଠିକ କରିବା ପାଇଁ ସୋନୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.