fbpx

କାନରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପାଖକୁ ଗଲେ ମହିଳା; ପରେ କାନରୁ ବାହାରିଲା ବୁଢିଆଣୀ

Advertisement

ନୂଆଦିଲ୍ଲୀ: ଅନେକ ଥର ଶୋଇବା ସମୟରେ ଆମେ ଏପରି ଶୋଇଥାଉ ଯେ, ଆମ ଚାରିପାଖରେ କ’ଣ ଘଟୁଛି ଆମେ ବୁଝି ପାରି ନଥାଉ । ଏପରି ପରିସ୍ଥିତିରେ କୀଟ ପତଙ୍ଗ ଭଳି ଜୀବ ଆମ ଶରୀର ଉପରେ ଚାଲନ୍ତି, ଯେଉଁ କାରଣରୁ ଆମର କ୍ଷତ ହୁଏ । ଏପରିକି ମଶା ଏବଂ ପିମ୍ପୁଡ଼ି ପରି ଜୀବମାନେ ଆମକୁ କାମୁଡ଼ନ୍ତି, ଯେଉଁ କାରଣରୁ ଆମକୁ ଯନ୍ତ୍ରଣା ମଧ୍ୟ ହୋଇଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଶୋଇବା ସମୟରେ କାହା କାନରେ ପୋକ ପ୍ରବେଶ କରିଥିବାର? ବହୁ ବର୍ଷ ପୂର୍ବେ ଜଣେ ଭାରତୀୟ ମହିଳାଙ୍କ ସହିତ ଏପରି ହୋଇଥିଲା । ଯେଉଁ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ ଆକାଉଣ୍ଟ ଲଡ ବାଇବଲରେ ଅନେକ ସମୟରେ ଆଶ୍ଚର୍ଯ୍ୟ ଭିଡିଓ ସେୟାର କରାଯାଇଥାଏ । ଏହି ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଯେତେବେଳେ ଜଣେ ମହିଳାଙ୍କ କାନ ଭିତରେ କ୍ୟାମେରାକୁ ଜୁମ୍ କରାଯାଇଥିଲା, କାନ ଭିତରେ ଏକ ବୁଢିଆଣୀ ରହିଥିବାର ଦେଖାଯାଇଥିଲା । ଜୁନ୍ ୨୦୧୭ର ଏକ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକରେ ରହୁଥିବା ଲକ୍ଷ୍ମୀ ଏଲ୍ ନାମକ ଜଣେ ମହିଳାଙ୍କ କାନରୁ ଏକ ବୁଢିଆଣୀ ବାହାରିଥିଲା ।

ରିପୋର୍ଟ ଅନୁଯାୟୀ, ସେ ଦିନ ବେଳେ ତାଙ୍କ ଘରେ ଶୋଇଥିଲେ, କିନ୍ତୁ ଯେତେବେଳେ ଉଠିଥିଲେ ତାଙ୍କ କାନରେ ବହୁତ ଯନ୍ତ୍ରଣା ହୋଇଥିଲା । ମୁଣ୍ଡ ମଧ୍ୟ ବିନ୍ଧୁଥିଲା । ସେ କାନ ଭିତରେ କିଛି ଚାଲୁଥିବାର ମଧ୍ୟ ଅନୁଭବ କରୁଥିଲେ । ସେ କାନରେ ଆଙ୍ଗୁଠି ପୂରାଇ ଏହାକୁ ସଫା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ କିଛି ବାହାରି ନଥିଲା । ପରେ ଯେତେବେଳେ ଯନ୍ତ୍ରଣା ଅଧିକ ହୋଇଥିଲା, ତାଙ୍କ ସ୍ୱାମୀ ତାଙ୍କୁ ବେଙ୍ଗାଲୁରୁର କଲମ୍ବିଆ ଏସିଆ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଏକ ସ୍ୱତନ୍ତ୍ର କ୍ୟାମେରା ସାହାଯ୍ୟରେ କାନକୁ ପରୀକ୍ଷା କରିଥିଲେ, ଏବଂ ଦେଖିଥିଲେ ଯେ ଏକ ଛୋଟ ବୁଢିଆଣୀ କାନ ଭିତରେ ବସିଛି । ଏହି ଭିଡିଓରେ ବୁଢିଆଣୀ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓଟି୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ଏବଂ କିଛି ଲୋକ କମେଣ୍ଟ ଦେଇ ନିଜର ମତାମତ ରଖିଛନ୍ତି । ଜଣେ ୟୁଜର କମେଣ୍ଟରେ କହିଥିଲେ ଯେ ବୁଢିଆଣୀ କାନକୁ ନିଜ ଘର ଭାବି ନେଇଥାଇପାରେ ।

Get real time updates directly on you device, subscribe now.