fbpx

AI ହାତରେ ଶ୍ରୀମନ୍ଦିର ଭିଡ଼ : ଏଣିକି ଭିତରେ ମୋବାଇଲ ବ୍ୟବହାର କଲେ ସହଜରେ ଧରାପଡିବେ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ AI । ସାତପାହାଚ ନିକଟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ମନ୍ଦିର ଭିତରେ ଓ ବାହାରେ ଲାଗିବ ୧୪ଟି କ୍ୟାମେରା । ମନ୍ଦିର ପରିସରରେ ମୋବାଇଲ ବ୍ୟବାହାର କଲେ ଧରିବ AI । ଏହା ସହ ନିଷିଦ୍ଧ ସାମଗ୍ରୀକୁ ସହଜରେ ଧରିପାରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫ୍ ସି ଏସ୍ ସ୍ଥାପନ କରାଯାଉଛି । ଏନେଇ ପଦକ୍ଷେପ ନେଇଛି ପଦକ୍ଷେପ । ଶ୍ରୀମନ୍ଦିର – ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତିଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି ତାହା ଗଣତି କରିବ। ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖିବ । କାହା ହାତରେ କ’ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହ ଞ୍ଚାଇ ଦେବ । ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ି ଓ ଉତ୍ତୋଳନ କରି ରଖିବ । ଯାହାକୁ ଆବଶ୍ୟକ ବେଳେ ନିରୀକ୍ଷଣ ଅତି ଆରାମରେ କରାଯାଇପାରିବ । କେତେ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯାଇଛତି ଓ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ ଅପେକ୍ଷାରେ ଅଛନ୍ତି ତାହାର ତୁରନ୍ତ ସୂଚନା ଦେଇପାରିବ । ଶ୍ରୀମନ୍ଦିର ଭିତର ୧୩ଟି ସ୍ଥାନ ଯଥା ଚାରିଦ୍ଵାର ଗୁମୁଟ, ବାଇଶି ପାହାଡ, ବିଭିନ୍ନ ଚକଡ଼ା, ବିଭିନ୍ନ ପାହାଚ ଥିବା ସ୍ଥାନରେ ଏହି ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.