ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ମାନଦଣ୍ଡ ପରିବର୍ତ୍ତନ କଲେ ରାଜ୍ୟ ସରକାର: ବଦଳିଗଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ ନୂଆ ନିୟମ ପ୍ରଣୟନ କରିବା ସହ ଅଧିକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ତେବେ ଏହା ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ମାନଦଣ୍ଡରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।

ସୂଚନା ମୁତାବକ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଓ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ସହିତ ବୟସ ୨୧ରୁ ୪୫ ବର୍ଷ ମଧ୍ୟରେ ରହିଥିଲା । ଏହି ଯୋଗ୍ୟତା ଥିଲେ ବୟସ୍କ ମହିଳାମାନେ ଏହି ପଦବୀ ପାଇଁ ଆବେଦନ କରିପାରୁଥିଲେ ।

ମାତ୍ର ଏଣିକି ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ବାଧ୍ୟତାମୂଳକ କରାଯିବା ସହିତ ବୟସ ୧୮ରୁ ୩୫ ବର୍ଷ କରାଯାଇଛି । ଏହିସବୁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏଣିକି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ । ଏ ବାବଦରେ ରାଜ୍ୟ ମହିଳା ଓ ଶଶୁ କଲ୍ୟାଣ ବିକାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ତେବେ ଜିଲ୍ଲାସ୍ତରରେ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେବା ସମୟରେ ଏ ବାବଦରେ ସୂଚନା ଦେବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.