ଭୁବନେଶ୍ୱର: ଓଡ଼ିଶାର ଆଉ ୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍ସି ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଜନ୍ମ କିମ୍ବା ଦୁର୍ଘଟଣାରେ ଶିକାର ହୋଇ ଅଙ୍ଗ ହରାଇଥିବା ଦିବ୍ୟାଙ୍ଗଙ୍କୁ ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ।
ତେବେ ରାଜ୍ୟରେ ଏବେ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ରହିଛି । ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପାଇଁ ସେଠାକୁ ଯିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।