fbpx

ହସ୍ପିଟାଲରୁ ଶିଶୁ ଚୋରି ଘଟଣା; ପୋଲିଓ ବୁନ୍ଦା ଖୁଆଇବା ନାଁରେ ଶିଶୁ ଧରି ଫେରାର ଅଜଣା ମହିଳା

ବାଲେଶ୍ଵର: ବାଲେଶ୍ଵର ହସ୍ପିଟାଲର ପ୍ରସୂତି ବିଭାଗରୁ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି । ବାଲିଆପାଳ ବ୍ଲକ କୁଲହାଚଡର ଅନିତା ଦଣ୍ଡପାଟଙ୍କ ଶିଶୁପୁତ୍ରକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ନିକଟରେ ବାଲେଶ୍ଵର ହସ୍ପିଟାଲରେ ଅନିତାଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ଜଣେ ଅଜଣା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା । ମହିଳା ଜଣକ ପୋଲିଓ ବୁନ୍ଦା ଖୁଆଇବାକୁ କହି ଅନିତାଙ୍କ ପାଖରୁ ତାଙ୍କ ଶିଶୁପୁତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ୨ ମାସ ତଳେ ହସ୍ପିଟାଲର SNCUରୁ ଜଣେ ଶିଶୁ ଚୋରି ହୋଇଥିଲା ।

 

Get real time updates directly on you device, subscribe now.