fbpx

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼, ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିରୋଧ

ପୁରୀ ଆସିଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ନିରନ୍ତର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ । କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡିକୁ ମଧ୍ୟ ଛାତ୍ର କଂଗ୍ରେସ କାଳିମାଡ଼ କରିଥିଲା ।

ଦେଶରେ ମୋଦୀ ସରକାରଙ୍କ ଅଧିନରେ ପେଟ୍ରୋଲ ଡିଜେଲର ଦର ଶହେ ପାର କରିଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି । ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରର ମେରୁଦଣ୍ଡକୁ ଭାଙ୍ଗି ପକାଉଛି । ତେବେ ବୃଦ୍ଧି ପାଉଥିବା ଦରଦାମ ପ୍ରତିବାଦରେ ଛାତ୍ର କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର କେନ୍ଦ୍ରିୟ ନେତୃତ୍ୱଙ୍କ ଉପରେ କାଳିମାଡ଼ କରିବାକୁ ନିଷ୍ପତି ନେଇଛି ।

Get real time updates directly on you device, subscribe now.