କୁମାରୀତ୍ୱ ବିକି କୋଟିପତି ହେଲେ ଛାତ୍ରୀ, ହଲିଉଡ ଅଭିନେତାଙ୍କ ହାତରେ ଟେକିଦେଲେ ଇଜ୍ଜତ
virginity ନିଲାମ କଲେ ଯୁବତୀ । କୋଟିପତି ହୋଇ ସବୁ ଆଶା ପୂରା କଲେ ।
ଲଣ୍ଡନ: ଆଧୁନିକ ଯୁଗରେ ଲୋକଙ୍କ ରୁତି ଧୀରେ ଧୀରେ ବଦଳିବାରେ ଲାଗିଛି । ଇଂଲଣ୍ଡ ମଞ୍ଚେଷ୍ଟରର ଜଣେ ଛାତ୍ରୀ ନିଜ କୁମାରୀତ୍ୱକୁ ନିଲାମ କରି ହୋଇଛନ୍ତି କୋଟିପତି । ଖବରଟି ଅଜବ ଲାଗିଲେ ମଧ୍ୟ ଏହା ସତ ।
ଅଭିନେତା ଆଗରେ: ୨୨ ବର୍ଷିୟା ଲଉରା ୨୦୨୩ ଡିସେମ୍ବରରେ ଭର୍ଜିନିଟି ନିଲାମ ପାଇଁ ନିଷ୍ପତ୍ତି ନେଲେ । ଯାହାପରେ ସେ କିଛି ପୁରୁଷଙ୍କ ସହ ଭେଟ କଲେ । ଶେଷରେ ଜଣେ ହଲିଉଡ୍ ଅଭିନେତା, ଲଣ୍ଡନର ରାଜନେତା ଓ ଦୁବାଇର ଜଣେ ବ୍ୟବସାୟୀଙ୍କୁ ସେ ବାଛିଲେ । ହେଲେ ହଲିଉଡ୍ ଅଭିନେତା ଜଣକ ସବୁଠାରୁ ଅଧିକ ଅର୍ଥାତ୍ ୧୮ କୋଟି ଟଙ୍କାରେ ନିଲାମରେ ଆଗୁଆ ରହିଥିଲେ ।
ପୂରା ହେଲା ସଉକ: ନିଲାମ ପରେ ଅଭିନେତାଙ୍କ ସହ ଲଉରା କିଛି ସମୟ ବିତାଇବା ଉଚତ୍ ବୋଲି ଭାବିଲେ । ଏହାପରେ ସେ ତାଙ୍କ ସହ ସେକ୍ସ କରିଥିଲେ । ତେବେ ଲଉରାଙ୍କ ଏ ପ୍ରକାର ନିଷ୍ପତ୍ତିରେ ତାଙ୍କ ଘର ଲୋକଙ୍କର ଫୁଲ୍ ସପୋର୍ଟ ଥିଲା । ଏ ଟଙ୍କାରେ ସେ ତାଙ୍କୁ ସବୁ ସଉକ ପୂରା କରିଛନ୍ତି ।
ନିଜ ନିଷ୍ପତ୍ତି: ତାଙ୍କ କହିବା ଅନୁସାରେ, ଲଉରା ଜଣେ ସ୍ୱାଧୀନ ଝିଅ, ତାଙ୍କର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ରହିଛି । ଏହାସହ ତାଙ୍କ ଶରୀର ସହ ସେ କ’ଣ କରିବେ ତାହା ସେ ଠିକ୍ ଭାବେ ଜାଣିଥିବେ । ସେଥିପାଇଁ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିରେ ପରିବାରର କୌଣସି ଭୂମିକା ନ ଥିଲା ।
ସୁଗାର ବେବୀ: ବର୍ତ୍ତମାନ ସମୟରେ ପୁରୁଷଙ୍କ ସହ କ୍ୱାଲିଟି ଟାଇମ୍ ବିତାଇ ଲଉରା ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଆଗାମୀ ଭବିଷ୍ୟତରେ ସେ ସୁଗାର ବେବୀ ହେବାକୁ ଇଚ୍ଛା କରିଛନ୍ତି । ଯାହାଦ୍ୱାରା ସେ ମାସକୁ ୩୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବେବୋଲି ଆଶା ରଖିଛନ୍ତି ।