fbpx

ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ରଙ୍କ ମା’ଙ୍କ ସହିତ ହେଲା କଥାକଟି, ଶିକ୍ଷକ କଲେ ଆତ୍ମହତ୍ୟା

କୋଝିକୋଡ୍: ଅନଲାଇନ୍ କ୍ଲାସ୍ ସମୟରେ ଜଣେ ଛାତ୍ରଙ୍କ ମା’ଙ୍କ ସହିତ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ଏହାପରେ ଶିକ୍ଷକଙ୍କ ଉପରେ କିଛି ଲୋକ ହମଲା କରିଥିଲେ । ଯାହା ଫଳରେ ଚାପରେ ଆସି ଶିକ୍ଷକ(୪୪) ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ସୁରେଶ ଚାଲିୟଥ । ଏହି ଘଟଣା ଘଟିଛି କେରଳର ବେଙ୍ଗର୍ ଥାନା ଅଞ୍ଚଳରୁ ଆସିଛି । ପୋଲିସ୍ ଏବେ ଏହା ଉପରେ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଅନଲାଇନ୍ କ୍ଲାସ୍ ସମୟରେ ଜଣେ ଛାତ୍ରଙ୍କ ମା’ଙ୍କ ସହିତ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ଏହାପରେ ଛାତ୍ରଙ୍କ ମା’ଙ୍କ ଦ୍ୱାରା ପଠାଯାଇଥିବା କିଛି ଲୋକ ଉକ୍ତ ଶିକ୍ଷକଙ୍କ ଉପର ଆକ୍ରମଣ କରିଥିବା କୁହାଯାଉଛି । ତେବେ ଏଥିରେ ଅତିଷ୍ଠ ହୋଇ ଶିକ୍ଷକ ଜଣକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ହେଲେ ଏନେଇ ପୋଲିସ୍ ପାଖରେ କୌଣସି ପ୍ରକାରର ଅଭିଯୋଗ କରାଯାଇନାହିଁ ତେଣୁ ପୋଲିସ୍ ନିଜ ଆଡ଼ୁ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶନିବାର ଦିନ ମୃତ ଦେହ ତାଙ୍କ ଘରୁ ଠାବ କରିଥିଲା ପୋଲିସ୍ ।

ତାଙ୍କ ଘରକୁ କିଛି ଲୋକ ଆସିଥିଲେ । ଏନେଇ ତାଙ୍କ ସାଙ୍ଗମାନେ ସୂଚନା ଦେଇ କହିଛନ୍ତି । ତେବେ ଆକ୍ରମଣ କରିଥିବା ଲୋକମାନେ ଆସିଥିବା ସମୟରେ ଶିକ୍ଷକ ଅର୍ଥାତ୍ ସୁରେଶ ଘରେ ନଥିଲେ । ଅନଲାଇନ୍ କ୍ଲାସ୍ ରେ ହୋଇଥିବା ଝଗଡ଼ା ହେବା ପରେ ତାଙ୍କ ଉପରେ ହମଲା ମଧ୍ୟ ହୋଇଥିଲା ବୋଲି ସୁରେଶ ତାଙ୍କ ବନ୍ଧୁମାନଙ୍କୁ କହିଥିଲେ । ତେଣୁ ଏଥିରେ ଚାପରେ ଆସି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

Get real time updates directly on you device, subscribe now.