fbpx

‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦକୁ ପ୍ରସ୍ତାବନାରୁ ହଟାଇବା ନେଇ ଶୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ, ଏପ୍ରିଲ୨୨ରୁ ହେବ ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରସ୍ତାବନା(ପ୍ରିଏମ୍ବଲ)ରୁ ଧର୍ମନିରପେକ୍ଷ(Secular) ଏବଂ ସମାଜବାଦୀ (Socialist)ଶବ୍ଦକୁ ହଟାଇବା ପାଇଁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ସ୍ୱାମୀଙ୍କ ଆବେଦନ ଉପରେ ଶୁଣାଣି କରବା ପରେ ଏହାକୁ ସ୍ଥଗିତ ରଖିଥିଲେ । ତେବେ ସ୍ୱାମୀଙ୍କ ଏହି ଆବେଦନ ଉପରେ ବିଚାରପତି ସଂଜୀବ ଖନ୍ନା ଓ ବିଚାରପତି ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏପ୍ରିଲ ୨୨ରୁ ଏହି ମାମଲା ଉପରେ ଶୁଣାଣି କରିବେ ବୋଲି ସ୍ଥିର କରାଯାଇଛି ।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ୧୯୭୬ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ୪୨ତମ ସମ୍ବିଧାନ ସଂଶୋଧନ କରାଯାଇ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯାଇଥିଲା । ଏହି ୨ଟି ଶବ୍ଦକୁ ସଂଯୋଗ କରିବା ଦ୍ୱାରା ସମ୍ବିଧାନର ମୌଳିକତା ନଷ୍ଟ ହୋଇଛି । ସେତେବେଳେ ସମ୍ବିଧାନ ନିର୍ମାତାମାନେ ସମ୍ବିଧାନରେ ଏହି ୨ଟି ଶବ୍ଦ ଅନ୍ତର୍ଭୁକ୍ତ କରିବା ପାଇଁ ବାରଣ କରିଥିଲେ କାରଣ ଏହା ନାଗରିକଙ୍କ ପାଇଁ ବୋଝ ହୋଇଯିବ । ଧାରା ୩୬୮ ଅନୁଯାୟୀ ସଂସଦର ସଂଶୋଧନ କ୍ଷମତା ବାହାରେ ଏଭଳି କରାଯାଇଛି ବୋଲି ଦର୍ଶାଇଛନ୍ତି ସ୍ୱାମୀ । ଏହା ସହ ୪୨ତମ ସମ୍ବିଧାନ ସଂଶୋଧନ ଆଇନକୁ ଅସାମ୍ବିଧାନିକ ଦର୍ଶାଇବାକୁ ସ୍ୱାମୀ ତାଙ୍କ ଆବେଦନରେ ଦାବି କରିଛନ୍ତି ।

Get real time updates directly on you device, subscribe now.