fbpx

ବିଜେଡ଼ିର ୪ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକାରେ ସୁଜିତ କୁମାର କୋଟିପତ ପ୍ରାର୍ଥୀ

ଭୁବନେଶ୍ୱର, ୧୧ା୩(ଓଡ଼ିଶା ଭାସ୍କର): ଆସନ୍ତା ୨୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେଡ଼ିର ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଚାରିଜଣଙ୍କ ସମ୍ପତ୍ତି ତାଲିକାରେ ସୁଜିତ କୁମାର କୋଟିପତି ଥିବା ଜଣାପଡ଼ିଛି । ସୁଜିତ କୁମାରଙ୍କ ସମ୍ପତ୍ତି ୧କୋଟି ୧୦ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେହିପରି ମୁନା ଖାଁଙ୍କ ସମ୍ପତ୍ତି ୩୨ଲକ୍ଷ ୯୫ହଜାର ଟଙ୍କାରୁ ଅଧିକ ରହିଛି । ସେହିକ୍ରମରେ ମମତା ମହନ୍ତଙ୍କ ସମ୍ପତ୍ତି ୨୫ଳକ୍ଷ ୩ହଜାର ଟଙ୍କାରୁ ଅଧିକ ରହିଛି । ସୁବାସ ସିଂଙ୍କ ସମ୍ପତ୍ତି ୨୩ଲକ୍ଷ ୩୭ହଜାର ଟଙ୍କାରୁ ଅଧିକ ରହିଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ  ନାମାଙ୍କନ ଭରିଥିଲେ ବିଜେଡ଼ିର ଚାରି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୪ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Get real time updates directly on you device, subscribe now.