fbpx

ୟୁପି ଲଖୀମପୁର ହିଂସାକାଣ୍ଡ: ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ଆଶୀଷ ମିଶ୍ରାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁରର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶୀଷ ମିଶ୍ରାଙ୍କୁ ଲାଗିଛି ଝଟକା । ସୁପ୍ରିମକୋର୍ଟ ଅଭିଯୁକ୍ତ ଆଶୀଷଙ୍କର ବେଲକୁ ଖାରଜ କରିଦେଇଛନ୍ତି । ଏଥିସହିତ ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୪ ତାରିଖରେ ସମସ୍ତ ପକ୍ଷଙ୍କ ଦଲିଲ ଶୁଣିବା ପରେ ଶୁଣାଣିକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ଆଶୀଷଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ପୀଡ଼ିତଙ୍କ ପକ୍ଷକୁ ଧ୍ୟାନ ନଦେଇ ଶୁଣାଣି କରିଥିଲେ । ଆଶୀଷଙ୍କ ଜମାନତ ଅର୍ଜି ଉପରେ ହାଇକୋର୍ଟ ପୁନର୍ବାର ବିଚାର କରିବା ଦରକାର ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସ ୩ ତାରିଖରେ ଲଖୀମପୁର ହିଂସାକାଣ୍ଡରେ ୮ ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା । ଧାରଣାରତ କୃଷକଙ୍କୁ ଆଶୀଷ ନିଜ ଜିପ୍ ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୟୁପିର ଏସଆଇଟି ପକ୍ଷରୁ ୫ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏସଆଇଟି ପକ୍ଷରୁ ଆଶୀଷଙ୍କୁ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା । ଗତ ଫେବୃଆରୀରେ ଆଶୀଷଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.