fbpx

ବାରଣାସୀ କୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ସର୍ବେକ୍ଷଣ, ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍‌ରେ ଏଏସଆଇର ସର୍ଭେ

ବାରଣାସୀ: କଡା ସୁରକ୍ଷା ମଧ୍ୟରେ ଚାଲିଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୨୪ ଜଣିଆ ଟିମ୍ ସକାଳ ୭ଟାରେ ଆବଶ୍ୟକୀୟ ଉପକରଣ ସହ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ପହଞ୍ଚି ଗ୍ରାଉଣ୍ଡ ପେନେଟ୍ରେଟିଙ୍ଗ ରାଡାର ଜରିଆରେ ସର୍ବେକ୍ଷଣ କରୁଥିବାର ସୂଚନା ରହିଛି । ତେବେ ଏହି ସର୍ବେକ୍ଷଣ ଦିନ ଧରି ଚାଲିବ ତାହାର କୌଣସି ସୂତନା ନାହିଁ । ଉତ୍ତରପ୍ରଦେଶ ପୋଲିସର କଡା ସୁରକ୍ଷା ଭିତରେ ସର୍ଭେ କରାଯାଉଛି ।

ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟରେ ହିନ୍ଦୁ ପକ୍ଷରୁ ଏଏସଆଇ ଦ୍ୱାରା ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ ପାଇଁ ଏକ ଆବାଦନ କରାଯାଇଥିଲା । ତେବେ କୋର୍ଟ ମସଜିଦ୍‌ରେ ବୈଜ୍ଞାନିକ ସର୍ଭେ ପାଇଁ ଅନୁମତି ଦେଇଥିଲେ, ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ମିର୍ମାଣ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମସଜିଦର ସିଲ ହୋଇଥିବା “ବାଜୁଖାନା’ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।

ଏହା ମଧ୍ୟରେ ମସଜିଦ ପରିସରର ଏଏସଆଇ ସର୍ଭେ ପାଇଁ ବାରଣାସୀ କୋର୍ଟଙ୍କ ଆଦେଶ ବିରୋଧରେ ମସଜିଦ ପରିଚାଳନା କମିଟି ଦ୍ୱାରା କରାଯାଇଥିବା ପିଟିସନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ।

Get real time updates directly on you device, subscribe now.