fbpx

ସୂର୍ଯ୍ୟଙ୍କ ଚୌକା-ଛକା ବର୍ଷା, ଏସିଆ କପରେ ଭାରତ ପାଇଁ ରଚିଲେ ଇତିହାସ

AAKASH

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ବୁଧବାର ଖୁବ୍ ରନ ବର୍ଷିଛି। ସୂର୍ଯ୍ୟକୁମାର ଗୋଟିଏ ଓଭରରେ ଚାରୋଟି ଛକା ମଧ୍ୟ ମାରିଛନ୍ତି। ତାଙ୍କର ବିସ୍ଫୋରକ ଇନିଂସ ଦମରେ ଭାରତୀୟ ଦଳ ବିଶାଳ ସ୍କୋର କରିବା ସହିତ ମ୍ୟାଚ୍ ଜିତି ପାରିଛି। ଗ୍ରୁପ ପର୍ଯ୍ୟାୟରେ କ୍ରମାଗତ ଦୁଇଟି ବିଜୟ ସହିତ ଭାରତ ସୁପର ୪ରେ ପ୍ରବେଶ କରିଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ଏସିଆ କପରେ ଭାରତ ପକ୍ଷରୁ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। ସେ ଏହି ମାମଲାରେ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। କାରଣ ତାଙ୍କ ପୂର୍ବରୁ ଆଫଗାନିସ୍ତାନର ନଜିବୁଲ୍ଲା ଜରଦାନ ବାଂଲାଦେଶ ବିପକ୍ଷରେ ୬ ଛକା ମାରିଥିଲେ।

ବୁଧବାର ଟି-୨୦ ଏସିଆ କପରେ ଭାରତୀୟ ବ୍ୟାଟସମ୍ୟାନ ଭାବେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି। ପୁରୁଷ ଟି-୨୦ ଏସିଆ କପରେ ଅନ୍ୟ କୌଣସି ଭାରତୀୟ ବ୍ୟାଟସମ୍ୟାନ ତିନିରୁ ଅଧିକ ଛକା ମାରି ନାହାନ୍ତି। ସେ  ଏହି ମ୍ୟାଚରେ ମାତ୍ର ୨୬ ବଲରେ ୬୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।

କେବଳ ଏତିକି ନୁହେଁ ଏସିଆ କପରେ ଗୋଟିଏ ଟି-୨୦ ମ୍ୟାଚରେ ସବୁଠୁ ଅଧିକ ବାଉଣ୍ଡରୀ ମାରିବାରେ ଭାରତର ପ୍ରଥମ ବ୍ୟାଟସମ୍ୟାନ ମଧ୍ୟ ହୋଇଛନ୍ତି। ସେ ଏହି ମ୍ୟାଚରେ ମୋଟ୍ ୧୨ଟି ଚୌକା ଏବଂ ଛକା(୬ ଚୌକା, ୬ ଛକା) ମାରି ଏହି ତାଲିକାରେ ସବୁଠୁ ଉପରେ ଅଛନ୍ତି ସୂର୍ଯ୍ୟ। ସବିର ରେହମାନ ୨୦୧୬ ଏସିଆ କପରେ ଗୋଟିଏ ମ୍ୟାଚରେ ୧୩ଟି ଚୌକା-ଛକା ମାରିଥିଲେ। ଏହି ପରି ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ ୨୦୧୬ ଏସିଆ କପରେ ଗୋଟିଏ ମ୍ୟାଚରେ ୧୦ ଚୌକା-ଛକା ମାରିଛନ୍ତି।

Get real time updates directly on you device, subscribe now.