fbpx

BJP ରାଜ୍ୟ ସମ୍ପାଦକ ଗିରଫ

ନୂଆଦିଲ୍ଳୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେପିର ଜଣେ ବଡ଼ ନେତାଙ୍କୁ ପୋଲିସ ଗିରଫ କରିଛି । ଏକ ସାମାଜିକ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ନେତା ଜଣେ ସିପିଆଇ (ଏମ) ନେତାଙ୍କୁ ସମାଲୋଚନା କରିଥିଲେ । ଏହାପରେ ପୋଲିସ ପକ୍ଷରୁ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ନେତା ଏବେ ୧୫ ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ତାମିଲନାଡ଼ୁ ରାଜ୍ୟ ସମ୍ପାଦକ ଏସ.ଜି ସୂର୍ଯ୍ୟା ଗିରଫ ହୋଇଛନ୍ତି । ସିପିଆଇ (ଏମ) ନେତା ସୁ ଭେଙ୍କଟେସାନଙ୍କୁ ସମାଲୋଚନା କରିବା କାରଣକୁ ନେଇ ମଦୁରାଇ ସାଇବର କ୍ରାଇମ ପୋଲିସ ସୂର୍ଯ୍ୟାଙ୍କୁ ଗିରଫ କରିଛି । ତେବେ ସୂର୍ଯ୍ୟାଙ୍କ ଗିରଫଦାରୀ ପକ୍ଷର ରାଜ୍ୟ ବିଜେପି ଅଧ୍ୟକ୍ଷ କେ. ଅନ୍ନାମଲ୍ଲାଈ ମୁହଁ ଖୋଲିଛନ୍ତି । ବିଜେପି ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାତ୍ର ଦଳ ତା’ର ଲଢ଼େଇ ଆଗକୁ ଜାରି ରଖିବ ବୋଲି ସେ କହିଛନ୍ତି ।

ଅନ୍ନାମଲ୍ଲାଈ ଟ୍ୱିଟ କରି କହିଛନ୍ତି, ବିଜେପିର ରାଜ୍ୟ ପ୍ରଦେଶ ସଚିବ ସୂର୍ଯ୍ୟାଙ୍କ ଗିରଫଦାରୀ ଅତ୍ୟନ୍ତ ନିନ୍ଦନୀୟ ଘଟଣା । କମ୍ୟୁନିଷ୍ଟ, ଡିଏମକେର ସହଯୋଗୀଙ୍କ ଘୃଣ୍ୟ ଚେହେରାଙ୍କୁ ଉଜାଗର କରିବା କାରଣରୁ ସୂର୍ଯ୍ୟାଙ୍କ ବିରୋଧରେ ଏଭଳି ଆକ୍ସନ ନିଆଯାଇଛି । ଏହି ଗିରଫଦାରୀ ପରେ ଆମେ ସ୍ଥିର ହୋଇ ବସି ରହିବୁ ନାହିଁ । ଆମେ ସତ ପଦାକୁ ଆଣିବୁ । ସୂଚନାଯୋଗ୍ୟ ଯେ, ନିକଟରେ ତାମିଲନାଡ଼ୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ତେଣୁ ଏହି ଦୁଇ ଘଟଣାକୁ ନେଇ ଏବେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.