fbpx

ନୂଆ ଅବତାରରେ ଭାରତରେ ହେବ Tata Tigor Ev, ଥରେ ଚାର୍ଜ କଲେ ଚାଲିବ ୨୧୩ କିମି

ଦେଶର ସବୁଠୁ ଲୋକପ୍ରିୟ କାର ନିର୍ମାତା କଂପାନୀ ଟାଟା ମୋଟର୍ସ ଏହାର Tata Tigor EV Facelift ର ଲଞ୍ଚକୁ ନେଇ ବହୁ ଦିନରୁ ଚର୍ଚ୍ଚାରେ ଥିଲା । ଏବେ ଏହାକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି ।

Tata Tigor EV Facelift  କୁ Standard ଏବଂ Extended ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ । ଏଥିରେ କଂପାନୀ ଦୁଇଟି ବ୍ୟାଟେରୀ ପ୍ୟାକ ୧୬.୨ kWh ଏବଂ ୨୧.୫ kWh ର ବ୍ୟବହାର କରିବ । ଯାହାର ପାୱାରଟ୍ରେନ ସିଷ୍ଟମରେ ୭୦ ଭୋଲ୍ଟ ଇଣ୍ଡକସନ ମୋଟର ରହିବ । ଯାହା ୪୧ bhp ପାୱାର ଏବଂ ୧୦୫ nm ଟର୍କ ଜେନେରେଟ କରିବ । ଏହାର ଷ୍ଟାଣ୍ଡାର୍ଡ ମଡେଲରେ ୧୬୫ କିମି ଏବଂ ଏକ୍ସଟେଣ୍ଡେଡ ମଡେଲରେ ୨୧୩କିମି ପର୍ଯ୍ୟନ୍ତ ଯିବାରେ ସକ୍ଷମ ।

୨ ଘଣ୍ଟାରେ ୮୦ ପ୍ରତିଶତ ଚାର୍ଜ:

ଏହା ବର୍ତ୍ତମାନ ବିକ୍ରି ହେଉଥିବା Tigor EV ମଡେଲ ଠାରୁ ପ୍ରାୟ ୨୨ କିମି ଅଧିକ ରେଞ୍ଜ ଯୋଗାଇବ । ଏହା ଘଣ୍ଟାକୁ ୮୦ କିମିର ସୀମିତ ସ୍ପିଡରେ ଚାଲିବ । ଚାର୍ଜିଂକୁ ନେଇ କୁହାଯାଉଛିକି ଏହାର ଏକ୍ସଟେଣ୍ଡେଡ ମଡେଲ ୧୧.୫ ଘଣ୍ଟାରେ ଏବଂ ଷ୍ଟାଣ୍ଡାର୍ଡ ମଡେଲ ୮ ଘଣ୍ଟାରେ ୧୦୦ ପ୍ରତିଶତ ଚାର୍ଜ ହୋଇପାରିବ । ସେହିଭଳି ଫାଷ୍ଟ ଚାର୍ଜର ଜରିଆରେ ୨ ଘଣ୍ଟାରେ ବ୍ୟାଟେରୀ ୮୦ ପ୍ରତିଶତ ଚାର୍ଜ ହୋଇପାରେ ।

Get real time updates directly on you device, subscribe now.