fbpx

‘ସିଂଘମ’ ଷ୍ଟାଇଲରେ ଉଡିଲା କାର! ୫ ସେକେଣ୍ଡରେ ୫ଥର ମାରିଲା ବ୍ୟାକଫ୍ଲିପ

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଦେଖିବାକୁ ମିଳିଛି ଆଚମ୍ବିତ ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର ଓଲଟି ଓଲଟି ସିଧା ଯାଇ ଜଙ୍ଗଲରେ ପଡିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବଲିଉଡ ସିନେମା ପରି ଏହି ଭିଡିଓରେ କାରଟି ଷ୍ଟଣ୍ଟ କରୁତିବା ମନେ ହେଉଛି । କିନ୍ତୁ ପ୍ରକୃତରେ ଗାଡିଟି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଏପରି ଘଟଣା ଘଟିଯାଇଛି । ମାତ୍ର ୫ ସେକେଣ୍ଡ ଭିତରେ ଏହି ଗାଡିଟି ୫ ଥର ଓଲଟି ଯାଇ ଜଙ୍ଗଲରେ ପଡିଛି ।

ତେବେ ଏହି କାର ଭିତରେ ଥିବା ଲୋକମାନଙ୍କୁ ବିଶେଷ କ୍ଷତି ହୋଇନଥିବା ଜଣାଯାଇଛି । ପ୍ରକୃତରେ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଏପରି ଏକ ଅଘଟଣ ଦେଖାଯାଇଛି । ବର୍ଷାପାଣିରେ ଗାଡି ଫସିଯିବା ପରେ କାର ଉପରୁର ନିଜ ନିୟନ୍ତ୍ରଣ ହରାଇ ବସିଥିଲେ ଡ୍ରାଇଭର । ଯାହା ଫଳରେ ମାତ୍ର ୫ ସେକେଣ୍ଡ ମଧ୍ୟରେ ୫ ଥର ଓଲଟି ଗାଡିଟି ସିଧା ଯାଇ ଜଭ୍ଗଲ ଭିତରେ ପଡିଛି ।

ତେବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛଇ ଗାଡିଟି ଯାଇ ପଡିଥିବା ସ୍ଥାନରେ ଏକ ଗାଇ ମଧ୍ୟ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ତେବେ ସେ ମଧ୍ୟ ଦୁର୍ଘଟଣାରେ ସୁରକ୍ଷିତ ରହିଛି ଏବଂ ଗାଈଟିକୁ କୌଣସି କ୍ଷତି ପହଞ୍ଚି ନାହିଁ । ଦୁର୍ଘଟରାରେ ଡ୍ରାଇଭର ଆହତ ନିଶ୍ଚିତ ହୋଇଛନ୍ତି, କିନ୍ତୁ ଗମ୍ଭୀର ଆଘାତ ଲାଗି ନଥିବା ଅନୁମାନ କରାଯାଉଛି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛିନ୍ଦୱାହାର ସାଂସଦ ନକୁଳନାଥ ମଧ୍ୟ ନିଜ ସୋସିଆଲ ମିଡିଆ ପେଜରେ ଏହି ଭିଡିଓକୁ ଅପଲୋଡ କରିଛନ୍ତି । ଲୋକମାନେ ଏହାକୁ ଦେଖି ବଲିଉଡ ସିନେମା “ସିଂଘମ’ର ସିନକୁ ମନେ ପକାଇଛନ୍ତି । ଅନେକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.