ସରୁଛି କି କଳିଯୁଗ, ହେବ କି ପ୍ରଳୟ, ଦେଖାଦେଲାଣି ଆଭାସ

କଳିଯୁଗର ଅନ୍ତ ହେବ, ବିନାଶ ହେବ ସାରା ସଂସାର, ପ୍ରଳୟର କରାଳ ରୂପ ଆଉ ବେଶୀ ଡେରି ନୁହେଁ

ଓଡିଶା ଭାସ୍କର: ନିକଟତର ହେଉଛି କଳିଯୁଗର ଅନ୍ତ। ଆମ ଆଖି ସାମ୍ନାରେ ଘଟିଯାଉଥିବା ଘଟଣା ଏହାର ଗୋଟିଏ ପରେ ଗୋଟିଏ ସଂକେତ ଦେଲେଣି। ଯାହା ସତ ହେବାକୁ ଯାଉଛି । ଆପଣ କରୋନାର କରାଳ ରୂପ କଥା ଦେଖନ୍ତୁ କିମ୍ବା ବାହାର ଦେଶ ଗୁଡିକର ଯୁଦ୍ଧ କଥା, ଏସବୁ କଳିଯୁଗ ଶେଷ ସମୟରେ ହେବ ବୋଲି ସାଧୁ ସନ୍ଥ ମାନେ କହି ଆସିଛନ୍ତି ।

ଆଜି ଆମେ ଏହିଭଳି ପ୍ରାଚୀନ 5ଟି ମନ୍ଦିର ବିଷୟରେ କହିବୁ ଯାହାର ଅନେକ ରୋଚକମୟ କଥା ରହିଛି , ଯାହା କଳିଯୁଗର ଅନ୍ତ ବିଷୟରେ ସୂଚନା ଦିଏ ।

1 – ରାଜସ୍ଥାନ ଜୟପୁର ସହରର କଳ୍କୀ ମନ୍ଦିର; ଯେଉଁଠାରେ ଏକ ଘୋଡା ଦିନକୁ ଦିନ ଜୀବିତ ହେବାରେ ଲାଗିଛି । ଲୋକଙ୍କ କହିବା ଅନୁସାରେ,ଏହା କୌଣସି ସାଧାରଣ ଘୋଡ଼ା ନୁହେଁ, ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ କଳ୍କୀ ଅବତରଣ ଏହି ଧଳା ଘୋଡାରେ ହେବ। ଘୋଡାର 3ଟି ଗୋଡ ମାଟିରେ ଥିବା ବେଳେ ଆଉ ଗୋଟିଏ ଗୋଡ ଉପରକୁ ଉଠିକି ରହିଛି। ଉଠୁଥିବା ଗୋଡ ଧୀରେ ଧୀରେ ତଳକୁ ଯାଉଛି ଏବଂ ସେଥିରେ ଏକ ଖଣ୍ଡିଆ ସୃଷ୍ଟି ହୋଇଛି, ଯେତେବେଳେ ସେହି ଖଣ୍ଡିଆ ଭଲ ହୋଇଯିବ ସେତେବେଳେ ଭଗବାନ ବିଷ୍ଣୁ କଳ୍କୀ ରୂପରେ ଧରାପୃଷ୍ଠରେ ଅବତରଣ କରିବେ।

2- ମହାରାଷ୍ଟ୍ରର କେଦାରେଶ୍ୱର ଶିବ ମନ୍ଦିର; ଏହା ଏମିତି ଏକ ମନ୍ଦିର, ଯାହା କେବଳ ଗୋଟିଏ ସ୍ତମ୍ଭରେ ଠିଆ ହୋଇଛି। ଆଉ କୁହାଯାଏ ଏହା କୌଣସି ସାଧାରଣ ସ୍ତମ୍ଭ ନୁହେଁ ବରଂ ସମୟ ସ୍ତମ୍ଭ । ବିଶ୍ୱାସ କରାଯାଏ କି ଯେଉଁଦିନ ଏହି ସ୍ତମ୍ଭ ଭୁସୁଡ଼ିବ ସେହିଦିନ କଳି ଯୁଗର ବିନାଶ ହେବ।

ସ୍ଥନୀୟଲୋକଙ୍କ ମତରେ ଷଷ୍ଠ ଶତାବ୍ଦୀରେ କଳାଚୁରୀ ରାଜବଂଶ ଦ୍ୱାରା ହରିଶ୍ଚନ୍ଦ୍ରଗଡ ଦୁର୍ଗ ଭିତରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିର ନିକଟରେ 3ଟି ଗୁମ୍ଫା ରହିଛି । ଆଉ ଗୋଟିଏ ଗୁମ୍ଫାରେ 5ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶିବଲିଙ୍ଗ ରହିଛି। ଯାହା ସ୍ଵୟଂ ଆବିର୍ଭାବ ହୋଇଛନ୍ତି ।

ଏହାର ସ୍ଥାପନା କରାଯାଇନାହିଁ। ବାସ୍ତବରେ ଗୁମ୍ଫାଟି 4 ଟି ସ୍ତମ୍ଭରେ ଠିଆ ହୋଇଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ସ୍ତମ୍ଭରେ ଠିଆ ହୋଇଛି। ବାକି 3ଟି ଯାକ ସ୍ତମ୍ଭ ସମୟ ଅନୁସାରେ ଭାଙ୍ଗିଯାଇଛି। ଲୋକଙ୍କର ବିଶ୍ୱାସ ରହିଛି କି ଏହି 4ଟି ସ୍ତମ୍ଭ ସଂସାରର 4ଟି ଯୁଗକୁ ଦର୍ଶାଏ। ସତ୍ୟ ଯୁଗ , ତ୍ରେତୟା ଯୁଗ, ଦ୍ଵାପର ଯୁଗ ଏବଂ କଳିଯୁଗ। ଯେଉଁ 3ଟି ଯୁଗ ବିତିଯାଇଛି ସେହି ଯୁଗ ଗୁଡ଼ିକ ଶେଷ ହେବା ସହିତ ସ୍ତମ୍ଭ ବି ଭାଙ୍ଗିଯାଇଛି।

ବର୍ତ୍ତମାନ ଯେହେତୁ କଳିଯୁଗ ଚାଲିଛି ମନ୍ଦିରର ଆଉ ଗୋଟିଏ ସ୍ତମ୍ଭ ରହିଛି। ଯେଉଁଦିନ ଏହି ସ୍ତମ୍ଭ ଭାଙ୍ଗିବ ସେହିଦିନ କଳିଯୁଗର ଅନ୍ତ ହେବ ଏବଂ ସାରା ସଂସାର ନଷ୍ଟ ହେବ।

3 – ମଧ୍ୟପ୍ରଦେଶର ଖଜୁରାହୋର ମତଙ୍ଗେଶ୍ୱର ମହାଦେବ ମନ୍ଦିର; ଶୁଣିବାକୁ ମିଳେ ମତଙ୍ଗେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ପ୍ରତିବର୍ଷ ଗୋଟେ ଇଞ୍ଚ ଲେଖା ବଢି ବଢି ଯାଉଛି। ଖାଲି ଏତିକି ନୁହେଁ ଏହି ଶିବଲିଙ୍ଗ ମାଟି ତଳେ ମଧ୍ୟ ସେତିକି ଲମ୍ବା ଏବଂ ପ୍ରତିବର୍ଷ ସେତିକି ଇଞ୍ଚ ବଢ଼ି ବଢ଼ି ଯାଉଛି। ବିଶ୍ୱାସ କରାଯାଏ ଯେ, ଏଠାରେ ଆଗରୁ 50ଟି ମନ୍ଦିର ଥିଲା। କିନ୍ତୁ ବର୍ତ୍ତମାନ କେବଳ 25 ଟି ମନ୍ଦିର ରହିଛି । ସେଥିରୁ ଗୋଟେ ହେଉଛି ମତଙ୍ଗେଶ୍ୱର ମହାଦେବ ମନ୍ଦିର। ଯାହା ଖଜୁରାହୋର ସବୁଠାରୁ ବଡ ମନ୍ଦିର।

ଏହା ବିଶ୍ୱାସ କରାଯାଏ ଯେ, କେବଳ ଏହି ମନ୍ଦିରରେ ଶିବଲିଙ୍ଗର ଉଚ୍ଚତା ପ୍ରତିବର୍ଷ କୁମାର ପୂର୍ଣ୍ଣିମାଦିନ ଗୋଟେ ଇଞ୍ଚ ବଢିଥାଏ। ଯଦି ଆମେ ଏହି ମନ୍ଦିରର ଉତ୍ପତ୍ତି ବିଷୟରେ ଜାଣିବା ତାହେଲେ କୁହାଯାଏ, ଏହି ମନ୍ଦିର ନିର୍ମାଣ କରିଥିବା ରାଜା ଚନ୍ଦ୍ରଦେବ ଶିବ ଭକ୍ତ ଥିଲେ। ସେ ଚନ୍ଦ୍ରବଂଶୀ ହୋଇଥିବା କାରଣରୁ ତାଙ୍କୁ ଏକ ମର୍କତମଣି ଦିଆଯାଇଥିଲା। ଯାହାର ସୁରକ୍ଷା ପାଇଁ ସେ ମଣି ଉପରେ ଶିବ ଲିଙ୍ଗ ନିର୍ମାଣ କରିଥିଲେ। ଯାହାଦ୍ବାରା ମର୍କତମଣିକୁ ବି ପୂଜା କରାଯାଇ ପାରିବ।

ଏହା ବିଶ୍ୱାସ କରାଯାଏ ଯେ, ସେହି ମଣୀର ଶକ୍ତି ପାଇଁ ଶିବ ଲିଙ୍ଗ ପ୍ରତିବର୍ଷ ବଢ଼ିଥାଏ। ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ଏହି ଶିବ ଲିଙ୍ଗର ଉଚ୍ଚତା ହେଉଛି 18 ଫୁଟ। ଭୂମି ଉପରେ 9ଫୁଟ ଏବଂ ଭୂମି ତଳେ ମଧ୍ୟ 9 ଫୁଟ । ଭୂମି ଉପରେ ଏହି ଶିବ ଲିଙ୍ଗ ସ୍ୱର୍ଗ ଆଡ଼କୁ ଏବଂ ଭୂମି ତଳେ ଏହା ପାତାଳ ଆଡ଼କୁ ବଢୁଛି। ସମୟ ଆସିବ ଏହି ଶିବ ଲିଙ୍ଗ ଭୂମି ତଳେ ବଢ଼ି ବଢ଼ି ପତାଳର ଦ୍ଵାରା ଖୋଲିଦେବ । ଆଉ ସେହିଦିନ କଳିଯୁଗ ଶେଷ ହେବ ଏବଂ ଦୁନିଆ ନଷ୍ଟ ହୋଇଯିବ।
4- ଉତ୍ତରାଖଣ୍ଡରର ଭବିଷ୍ୟ ବଦ୍ରୀ ମନ୍ଦିର; ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଦ୍ରୀନାଥ ମନ୍ଦିର ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଆଜ୍ଞା ହଁ , ଉତ୍ତରାଖଣ୍ଡର ଯୋଶୀ ମଠରେ ଏକ ନରସିଂହ ମନ୍ଦିର ରହିଛି। ଯାହା ବିଶେଷ ଲୋକପ୍ରିୟ। ଦୁନିଆ ଧ୍ୱଂସ ହେବାକୁ ନେଇ ଏହି ମନ୍ଦିର ଯୁଗ ଯୁଗ ଧରି ଚେତାବନୀ ଦେଇ ଆସୁଛି।

ବାସ୍ତବରେ ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ନରସିଂହ ଅବତାରକୁ ସମର୍ପିତ। ପୌରାଣିକ କାହାଣୀ ଅନୁଯାୟୀ 8ମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଯୋଶୀ ମଠରେ ଭଗବାନ ବିଷ୍ଣୁଙ୍କ ରୂପରେ ନରସିଂହଙ୍କ ପ୍ରତିମା ସ୍ଥାପନା କରିଥିଲେ। ଏହା ସହିତ ସେ ଏକ ଭବିଷ୍ୟବାଣୀ ମଧ୍ୟ କରିଥିଲେ କି ପ୍ରତିବର୍ଷ ନରସିଂହଙ୍କ ମୂର୍ତ୍ତିର ଡାହାଣ ହାତ ପତଳା ହୋଇ ହୋଇ ଯିବ।

ଯୋଉଦିନ ଏହି ହାତ ଖସିପଡ଼ିବ ସେହିଦିନ ଏକ ଭୟଙ୍କର ଭୂକମ୍ପ ଆସିବ, ପୃଥିବୀ ଧ୍ଵଂସ ହେଇଯିବ ଏବଂ ବଦ୍ରିନାଥ ମନ୍ଦିର ସବୁଦିନ ପାଇଁ ବନ୍ଦ ହୋଇଯିବ। ତା ପରେ ଭବିଷ୍ୟ ବଦ୍ରି ମନ୍ଦିରରେ ପ୍ରଭୁ ବଦ୍ରିନାଥ ପୂଜା ପାଇବେ। ଆପଣ ଶୁଣିଲେ ବିଶ୍ୱାସ କରିବେନି ଆଜି ଏହି ସବୁ କଥା ସତ ହେଉଛି। ଏବଂ ପ୍ରଭୁ ନରସିଂହଙ୍କ ମୂର୍ତ୍ତିର ଡାହାଣ ହାତ ଗୋଟେ କେଶ ପରି ପତଳା ହୋଇଗଲାଣି । ଭବିଷ୍ୟ ବଦ୍ରି ମନ୍ଦିରରେ ଥିବା ପଥର ଧୀରେ ଧୀରେ ବିଷ୍ଣୁଙ୍କ ରୂପ ନେଲାଣି।

5- ଓଡ଼ିଶାର ଛତିଆବଟ; ଯେତେବେଳେ ଆମେ କଳିଯୁଗର ବିନାଶ ବିଷୟରେ କଥା ହେଉଛି ସେତେବେଳେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଛତିଆବଟ ମନ୍ଦିର ବିଷୟରେ ବା କିପରି କଥା ନହେବା। ପ୍ରଭୁ ଜଗନ୍ନାଥ ଏଠାରେ କଳ୍କୀ ରୂପରେ ପୂଜା ପାଉଛନ୍ତି। ଏହି ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ଏହି ମନ୍ଦିରରେ ଥିବା ବଟ ବୃକ୍ଷ ମୂଳରେ ନିଜ ସାଧନା ବଳରେ ମହାପୁରୁଷ ହାଡ଼ିଦାସ ନିଜର ଦିବ୍ୟସଶକ୍ତି ପ୍ରଦର୍ଶନ କରିବା ସହିତ ମାଳିକା ରଚନା କରିଥିଲେ। ଯେଉଁଥିରେ ସେ ଲେଖିଥିଲେ
ଜୀବ ଜଗତ ହୋଇବ ଲୀନ
ବାଇଶି ପାହାଚେ ଖେଳିବ ମୀନ

ଅର୍ଥାତ୍ ଯେତେବେଳେ ଦୁନିଆରେ ପାପର ଭାର ବଢିଯିବ , ଅନ୍ୟାୟ ଅତ୍ୟାଚାର ଦୁର୍ନୀତିକୁ ଆଉ ନିୟନ୍ତ୍ରଣ କରିହେବନି ସେତେବେଳେ ମହାପ୍ରଭୁ ଜଗନ୍ନାଥ କଳ୍କୀ ଅବତାର ନେଇ ଜଗତର ଉଦ୍ଧାର କରିବେ। ପାପର ବିନାଶ କରିବେ । ସଂପୂର୍ଣ୍ଣ ଜୀବ ଜଗତ ଧ୍ଵଂସ ହୋଇଯିବ। ଏବଂ ସମୁଦ୍ରରୁ ବଡ ଜୁଆର ଆସିବ। ତା ସହିତ 22 ପାହାଚେ ମୀନ ଖେଳିବେ।