fbpx

ବହୁ ଚର୍ଚ୍ଚିତ ହାତୀ ‘ଖର୍ସେଲ’ର ୬୫ ବର୍ଷ ବୟସରେ ମୃତ୍ୟୁ

ସମ୍ବଲପୁର: ବହୁ ଚର୍ଚ୍ଚିତ ହାତୀ ‘ଖର୍ସେଲ’ର ମୃତ୍ୟୁ । ବୟସାଧିକ କାରଣରୁ ୬୫ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୧୯୯୮ ମସିହାରେ ବଲାଙ୍ଗିର ଜଙ୍ଗଲରୁ ଅଣାଯାଇଥିଲା ହାତୀ ‘ଖର୍ସେଲ’ । ଦୀର୍ଘ ଦିନ ହେଲା ହାତୀଟିକୁ ଏକ ଗଛ ତଳେ ବାନ୍ଧି ରଖାଯାଉଥିଲା ।

ସୂଚନାରୁ ପ୍ରକାଶ ଗତ ୫ରୁ ୬ ମାସ ହେବ ‘ଖର୍ସେଲ’ର ଖାଇବା, ଚାଲିବା କମି ଆସିଥିଲା । ଯେଉଁ ଗଛ ତଳେ ହାତୀଟିକୁ ବନ୍ଧାଯାଉଥିଲା ସେହି ଗଛ ତଳେ ତା’ର ଶେଷକୃତ୍ୟ ସମ୍ପନ୍ନ ହେବ ।

Get real time updates directly on you device, subscribe now.