ମୁମ୍ବାଇ: କିଛି ଦିନ ପୂର୍ବରୁ ଜଣେ ସପିଂ ମଲରେ ଜଣେ ବ୍ୟକ୍ତିଙ୍କ ହୃଦଘାତ ହୋଇଥିଲା, ସେହି ଦିନ ମଲରେ ଉପସ୍ଥିତ ଥିବା ଜଣେ ଡାକ୍ତର ତାଙ୍କ ଜୀବନ ରକ୍ଷା କରିଥିଲେ। ସେହିପରି ବିମାନ ଚାଲୁଥିବା ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ଦୁଇଥର ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ହେଲେ ସ୍ୱଭାଗ୍ୟ ବଶତଃ ସେହି ବିମାନରେ ଜଣେ ଡାକ୍ତର ଉପସ୍ଥିତ ଥିଲେ, ଏବଂ ସେ ସେହି ବ୍ୟକ୍ତିଙ୍କ ଜୀବନ ଦୁଇଥର ରକ୍ଷା କରିଥିଲେ।
ବାସ୍ତବରେ ଏହି ଘଟଣା ଏକ ଏୟାର ଇଣ୍ଡିଆ ବିମାନରେ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବ୍ରିଟେନରୁ ମୁମ୍ବାଇକୁ ଏହି ବିମାନ ଆସୁଥିଲା। ଏହି ଉଡ଼ାଣରେ ହଠାତ୍ ଜଣେ ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେ ନିଶ୍ୱାସ ନେବାରେ ସକ୍ଷମ ହୋଇନଥିଲେ କିମ୍ବା ତାଙ୍କ ନାଡ ମଧ୍ୟ ଚାଲୁ ନଥିଲା। ଏହି ବିମାନରେ ଡାକ୍ତର ବିଶ୍ୱରାଜ ଭେମାଲା ମଧ୍ୟ ଯାତ୍ରା କରୁଥିଲେ। ସେ ତୁରନ୍ତ ସେହି ଯାତ୍ରୀଙ୍କ ପାଖକୁ ଯାଇଥିଲେ ।
ସୂଚନାନୁସାରେ, ବ୍ରିଟେନର ବର୍ମିଂହାମସ୍ଥିତ ରାଣୀ ଏଲିଜାବେଥ ହସ୍ପିଟାଲରେ ଏହି ଡାକ୍ତର ଜଣେ ହେପାଟୋଲୋଜିଷ୍ଟ। ସେ ଯାତ୍ରୀଙ୍କୁ ଚେକ କରିଥିଲେ ଏବଂ ପରେ ବିମାନର କ୍ୟାବିନ କର୍ମଚାରୀଙ୍କୁ ଜରୁରୀକାଳୀନ କିଟ୍ ମାଗିଥିଲେ। ଏହା ପରେ ସେ ନିଜ ପଦ୍ଧତିରେ ତାଙ୍କର ଯତ୍ନ ନେବା ଆରମ୍ଭ କଲେ । ପ୍ରାୟ ଏକ ଘଣ୍ଟା ପରେ ରୋଗୀଙ୍କ ଚେତନା ଫେରି ଡାକ୍ତରଙ୍କ ସହ କଥା ହୋଇଥିଲେ। ଏହା ପରେ ଆଶ୍ଚର୍ଯ୍ୟର କଥା ହେଲା ଯେ ସେ ପୁଣି ଥରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ।
ରୋଗୀର ଦ୍ୱିତୀୟ ଷ୍ଟ୍ରୋକ୍ ପରେ ଡାକ୍ତର ପୁନର୍ବାର ତାଙ୍କର ଯତ୍ନ ନେବା ଆରମ୍ଭ କଲେ। ଏପରି ପରିସ୍ଥିତିକୁ ଦେଖି ବିମାନର ପାଇଲଟ ପାକିସ୍ତାନରେ ବିମାନ ଅବତରଣ କରିବାକୁ ଅନୁମତି ମାଗିଥିଲେ, ସେତେବେଳେ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଏହି ସମୟରେ, କୌଣସି ପ୍ରକାରେ ରୋଗୀ ନିଜର ଚେତା ଫେରି ପାଇଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ, ଏହା ପୂର୍ବରୁ ରୋଗୀର ହୃଦୟ ସମ୍ବନ୍ଧୀୟ ରୋଗ ନଥିଲା।