fbpx

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଦେଶର ସବୁଠାରୁ ଲମ୍ବା କେବୁଲ ଆଧାରିତ ସେତୁ

Advertisement

ନୂଆଦିଲ୍ଲୀ: ଗୁଜରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟି । ଲୋକାର୍ପିତ ହେଲା ଦେଶର ସବୁଠାରୁ ବଡ଼ କେବୁଲ ବ୍ରିଜ୍ । ଆଜି ପ୍ରଧାନମନ୍ତ୍ରୀ ମେଦୀ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦ୍‌ଘାଟନ କରିଛନ୍ତି । ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ । ପ୍ରାୟ ୯୮୦ କୋଟି ଟଙ୍କାରେ ନିର୍ମିତ ଏହି ସେତୁ ଓଖା ମେନ୍ ଲ୍ୟାଣ୍ଡକୁ ଦ୍ୱାରକା ଦ୍ୱୀପ ସହ ସଂଯୋଗ କରିବ । ଏହିି ପୋଲର ଲମ୍ବ ୨.୩୨ କିମି । ଏହି ସେତୁ ପରିବହନକୁ ସହଜ କରିବା ସହ ଦ୍ୱାରକା ଏବଂ ଭେଟ ଦ୍ୱାରକା ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ୭ ବର୍ଷ ପରେ ଏହି ସୁଦର୍ଶନ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଆସନ୍ତୁ ଜାଣିବା କ’ଣ ରହିଛି ଏହି ସେତୁର ବିଶେଷତ୍ୱ

୧. ସୁଦର୍ଶନ ସେତୁର ଡିଜାଇନ୍ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ । ଏହି ସେତୁର ଉଭୟ ପାର୍ଶ୍ୱରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜ୍ଜିତ ଏକ ପଦ ଚଲା ରାସ୍ତା ଅଛି ।

୨. ଚାଲିବା ରାସ୍ତାର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରୁ ଗୋଟିଏ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ।

୩. ସୁଦର୍ଶନ ସେତୁ ଦ୍ୱାରକା-ବିଟ୍-ଦ୍ୱାରକା ମାର୍ଗ ମଧ୍ୟରେ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଅନେକ ସମୟ ସଞ୍ଚୟ କରିବେ । ସେତୁ ନିର୍ମାଣ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ବିଟ୍ ଦ୍ୱାରକା ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା ।

୪. ସୁଦର୍ଶନ ସେତୁ ମଧ୍ୟ ଏହି କ୍ଷେତ୍ରରେ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ସେତୁ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ।

 

 

Get real time updates directly on you device, subscribe now.