fbpx

ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବେ ପୂରଣ ହେବ; ତେଜସ୍ୱୀ ଯାଦବ

Advertisement

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି। ବେରୋଜଗାରୀକୁ ସବୁଠାରୁ ବଡ଼ ଶତ୍ରୁ ବୋଲି ବର୍ଣ୍ଣନା କରି ତେଜସ୍ୱୀ ଯାଦବ କହିଛନ୍ତି, ଆମ ସରକାର ଏହାକୁ ଦୂର କରିବା ପାଇଁ ଐତିହାସିକ କାର୍ଯ୍ୟ କରିଛନ୍ତି। ଆମେ ସାଢ଼େ ୪ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛୁ। କୌଣସି ରାଜ୍ୟ ସରକାର ଏଭଳି କାର୍ଯ୍ୟ କରିନାହାନ୍ତି। ଏହା ଅଟକିବ ନାହିଁ। ଆମେ ସମସ୍ତ ପ୍ରତିଶ୍ରୁତି ପୂରଣ କରିବୁ ଏବଂ ବିହାରକୁ ଆଗକୁ ନେବୁ।

ପାଟନାରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଲେ ତେଜସ୍ୱୀ ଯାଦବ। ଗତ କିଛି ଦିନ ହେବ ବିହାର ରାଜନୀତିରେ ହଟଚମଟ ଦେଖାଦେଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଜନ୍ମବାର୍ଷିକୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ନୀତୀଶ କୁମାରଙ୍କ ମନ୍ତବ୍ୟ ଲାଲୁ ପରିବାରକୁ ଟାର୍ଗେଟ କରିବା ଭଳି ଦେଖାଯାଉଥିଲା। ଏହାପରେ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ତେବେ ପରେ ସେ ଏହି ଟୁଇଟ୍ କୁ ଡିଲିଟ୍ କରିଦେଇଥିଲେ।

ସୂଚନା ଅନୁଯାୟୀ, ବିହାର ବିଜେପିର ବରିଷ୍ଠ ବିଜେପି ନେତାମାନେ ଦିଲ୍ଲୀରେ ଏକ ବୈଠକ କରିଥିଲେ। ଅମିତ ଶାହାଙ୍କ ସହ ସାକ୍ଷାତ ପରେ ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ କିପରି ଲଢିବେ ତାହାର ସମୀକ୍ଷା କରାଯାଇଛି।

Get real time updates directly on you device, subscribe now.