fbpx

(Video) ଧୁମ୍ ଫିଲ୍ମ ଷ୍ଟାଇଲରେ ସ୍କୁଲରୁ ଚୋରି, ଧରିବାକୁ କଲେ ଚାଲେଞ୍ଜ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ପରଦାରେ ଧୁମ୍ ଫିଲ୍ମ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଚୋର ଚରିତ୍ରରେ ଅଭିନୟ କରୁଥିବା କଳାକାର କିଭଳି ଭାବରେ ଚୋରି କରୁଛନ୍ତି, ଆଉ ପୁଣି ପୋଲିସକୁ ମଧ୍ୟ ଚାଲେଞ୍ଜ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ସତରେ ଏଭଳି ଏକ ଚୋରି ଘଟଣା ଦେଖିବାକୁ ମିଳିଛି ଖୋଦ୍ ଓଡ଼ିଶାରେ ।

ସାଧାରଣତଃ କେହି ଚୋର ଯଦି ଚୋରି କରିବାକୁ ଆସେ ସେ ଚୋରି କରି ସେଠାରେ ପଳାଇଥାଏ ଏବଂ କେହି କିଭଳି ତାଙ୍କୁ ନଧରି ପାରନ୍ତି ସେଥିପାଇଁ କୌଣସି ସୁରାକ୍ ମଧ୍ୟ ଛାଡ଼ି ନଥାନ୍ତି । କିନ୍ତୁ ଏବେ ଏଭଳି ଏକ ଚୋରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ । କାରଣ ଏହି ଚୋରି ଘଟଣାଟି ପୂରା ଫିଲ୍ମ ଷ୍ଟାଇଲରେ ଘଟିଛି ଆଉ ପୂରା ଧୂମ୍ ଫିଲ୍ମ ଷ୍ଟାଇଲରେ ଚୋରି କରି, ଚୋରକୁ ଧରିବାକୁ ଚାଲେଞ୍ଜ ମଧ୍ୟ କରିଛନ୍ତି ।

ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡ଼ା, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ । ଗତ ଶୁକ୍ରବାର ରଥଯାତ୍ରା ପାଇଁ ସ୍କୁଲ ଛୁଟିରହିଥିବାରୁ ଚୋରମାନେ ସ୍କୁଲରେ ପଶି ପ୍ରଧାନଶିକ୍ଷକଙ୍କ ରୁମ୍ ରୁ କମ୍ପ୍ୟୁଟର, ପ୍ରିଣ୍ଟର୍ କମ୍‌ ଜେରକ୍ସ ମେସିନ୍‌,  ଏବଂ ସାଉଣ୍ଡ ବକ୍ସ, ଆମ୍ପ୍ଲିଫାୟାର ତାର ଇତ୍ୟାଦି ସରଞ୍ଜାମ ଚୋରି କରିନେଇଥିଲେ ।

କିନ୍ତୁ ଏତିକିରେ ସରିନଥିଲା ଚୋରଙ୍କ କାରନାମା, ଏହି ଚୋରମାନେ ଦେଇଥିଲେ ଖୋଲା ଚାଲେଞ୍ଜ, ଯିବା ପୂର୍ବରୁ ଲେଖିଥିଲେ ପିଲାମାନେ ଧରିପାରିଲେ ଧର, ଧୁମ୍ ୪, ଇଟସ୍ ମି, କମିଙ୍ଗ ସୁନ୍ । ଏଭଳି କିଛି ଲେଖି ଚାଲେଞ୍ଜ କରିଛନ୍ତି ଚୋର । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ଖାତିଗୁଡ଼ା ପୋଲିସ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର  ତଦନ୍ତ କରୁଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.