fbpx

ଆଉ ୫ ଦିନ ରହିବ ଘନ କୁହୁଡ଼ି, ଜାଣନ୍ତୁ ଆଉ କ’ଣ କହିଲେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ: ଆଉ ୪ ରୁ ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଆଇଏମଡି ଆକଳନ କରିଛନ୍ତି । ଦିଲ୍ଲୀ ଓ କୋଲକାତା ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି । ଯାତ୍ରୀଙ୍କୁ ଯୋଗାଯୋଗରେ ରହିବାକୁ ବିମାନ ସେବା ସଂସ୍ଥା ପରାମର୍ଶ ଦେଇଛି ।

ଏଥି ସହ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ଆଗାମୀ ଚାରି ଦିନ ପାଇଁ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ତିନି ଦିନ ପରେ ଥଣ୍ଡା ଧୀରେ ଧୀରେ କମିବାକୁ ଲାଗିବ।ଆଇଏମଡି ଅନୁଯାୟୀ, ଆସନ୍ତା କିଛି ଦିନ ହେବ ଉତ୍ତର ଭାରତରେ ଘନ କୁହୁଡି ରହିବ, ଆର୍ଦ୍ରତା ରହିବା ହେତୁ ଫସଲ ବହୁ କ୍ଷତି ସହିବ।

ପାଣିପାଗ ବିଭାଗ କହିଛି ଯେ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀର କେତେକ ଅଂଚଳରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏଥି ସହିତ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼ର ଅନେକ ଅଞ୍ଚଳରେ ଶୀତ ଲହରୀ ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନାନୁସାରେ, ପଞ୍ଜାବର କିଛି ଅଂଶ ତଥା ହରିୟାଣା ଏବଂ ଚଣ୍ଡିଗଡ଼ର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ୧୪ ରୁ ୧୭
ଜାନୁଆରୀ ମଧ୍ୟରେ ଥିବାବେଳେ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ଘନ କୁହୁଡି ରହିବ।

Get real time updates directly on you device, subscribe now.