fbpx

ଡାଇବେଟିସ୍ ରୋଗୀଙ୍କ ପାଇଁ ‘ବିଷ’ ହୋଇଥାଏ ୪ ପରିବା: ଯାହାକୁ ଖାଇଲେ ବଢ଼ିଯାଏ ବ୍ଲଡ ସୁଗାର ସ୍ତର

ଡାଇବେଟିସ୍ ଏପରି ଏକ ରୋଗ, ଯାହାକି ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡ ନାହିଁ । ରୋଗୀଙ୍କୁ ଏହି ସମୟରେ ଅଧିକ ଯତ୍ନ ନେବାକୁ ପଡେ, ନହେଲେ ବ୍ଲଡ ସୁଗାର ସ୍ତର ଅନିୟନ୍ତ୍ରିତ ହେବାର ସମସ୍ୟା ସୃଷ୍ଟି ହୋଇପାରେ । ଏହି କାରଣ ଯୋଗୁଁ ଡାଇବେଟିସ୍ ରୋଗୀଙ୍କୁ ଅନେକ ଖାଦ୍ୟରୁ ଦୂରେଇ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ପରିବାରକୁ ଡାଇବେଟିସ୍ ରୋଗୀ ଭୁଲରେ ବି ଖାଇବା କଥା ନୁହେଁ…

ଆଳୁ :-
ଆଳୁକୁ ପରିବାର ରାଜା ବୋଲି କୁହାଯାଏ । କିନ୍ତୁ ଏଥିରେ ଷ୍ଟାର୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ । ତେଣୁ ମଧୁମେହ ରୋଗୀମାନେ ଆଳୁରେ ପ୍ରସ୍ତୁତ ଜିନିଷ ଯଥା ବର୍ଗର, ଫ୍ରେଞ୍ଚ୍ ଫ୍ରାଇଜ୍ ଏବଂ ଚିପ୍ସ ଖାଇବା ଉଚିତ୍ ନୁହେଁ ।

ମକା :-
ମକା ଖାଇବାର କେତେ ଲାଭ ହେଉନା କାହିଁକି, ମଧୁମେହ ରୋଗୀ ଏହାଠାରୁ ଦୂରରେ ରହିବା ଭଲ । ଅଧା କପ୍ ମକାରେ ପ୍ରାୟ ୨୧ ଗ୍ରାମ କାର୍ବୋହାଇଡ୍ରେଟ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ ।

ସବୁଜ ମଟର :-
ସବୁଜ ମଟର କାର୍ବୋହାଇଡ୍ରେଟ୍ ଏବଂ ଷ୍ଟାର୍ଚର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ, ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ । ତେଣୁ ମଧୁମେହ ରୋଗୀ ଏହାକୁ ନ ଖାଇବା ଭଲ ।

କନ୍ଦମୂଳ :-
କନ୍ଦମୂଳ ଏକ ଉତ୍ତମ ପରିବା, କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ‘ବିଷ’ ପରି, କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କାରୋଟିନ୍ ଭରପୂର ରହିଥାଏ । ଏହାର ସ୍ୱାଦ ମଧ୍ୟ ମିଠା ହୋଇଥାଏ ।

Get real time updates directly on you device, subscribe now.