ଏହି ରାଶିମାନଙ୍କ ଉପରେ ପଡିବ ଚନ୍ଦ୍ରଗ୍ରହଣର ପ୍ରଭାବ; ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି ଭୁଲ୍

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଏବଂ ହିନ୍ଦୁ ଧର୍ମରେ ଏହି ଚନ୍ଦ୍ର ଗ୍ରହଣକୁ ବହୁତ ଅଶୁଭ ବୋଲି କୁହାଯାଇଥାଏ । ଏହି ଦିନ ଦେବ ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତେବେ ଆଜି ସନ୍ଧ୍ୟା ୫ ଟା ୧୧ ମିନିଟ ୫୯ ସେକେଣ୍ଡରେ ଗ୍ରହଣସ୍ପର୍ଶ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଏପରି କିଛି କାର୍ଯ୍ୟ ରହିଛି ଯାହା କରିବାକୁ ନିଷେଦ୍ଧ ହୋଇଥାଏ । ଯେଉଁଥିପାଇଁ ଆଜି ଭୋର ୫ ଟା ୫୪ ମିନିଟ୍ ରୁ ସମସ୍ତ ଦେବ ନୀତିକୁ ବନ୍ଦ କରାଯାଇଛି । ଏଥିସହିତ କୌଣସି ପ୍ରକାର ଭୋଜନ , ଅନ୍ନ ଆଦି ରାନ୍ଦିବାକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଦିନ ୨ଟା ୩୮ ମିନିଟ୍ ରୁ ସନ୍ଧ୍ୟା ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବାକୁ ମନା ହୋଇଛି । ଏତତ୍ ବ୍ୟତୀତ ଏହି ଚନ୍ଦ୍ର ଗ୍ରହଣ ସମୟରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଥିବା ବେଳେ ଏହା କିଛି ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ଏହି ରାଶିମାନଙ୍କ ଉପରେ ପଡିଥାଏ ପ୍ରଭାବ:

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ବହୁତ ଅଶୁଭ ଫଳ ପ୍ରଦାନ କରିବ । ଯାହାଫଳରେ ଧନ ହାନୀ ଏବଂ ପ୍ରାଣପିଡାର ଯୋଗ ରହିଛି ଅର୍ଥାତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ । ତେଣୁ ଏହି ଚନ୍ଦ୍ର ଗ୍ରହଣ ସମୟରେ କୌଣସି କାର୍ୟ୍ୟ କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ୍ ଏଥିସହିତ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ । ଏଥିସହିତ ଏହି ରାଶିର ବ୍ୟକ୍ତିମାନେ ଚନ୍ଦ୍ରଗ୍ରଣ ଦେଖିବା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ । ତଣୁ ଏମାନେ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ ସମୟରେ ଏହାକୁ ଗେଖନ୍ତୁ ନାହିଁ ।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିମାନେ ଚନ୍ଦ୍ରଗ୍ରହଣ ସମୟରେ ସତର୍କ ରହିବା ଆବଶ୍ୟକ । ନଚେତ୍ ଏହା ଆପଣଙ୍କୁ କୌଣସି ନା କୌଣସି ବିପଦରେ ପକାଇପାରେ । ଏତତ୍ ବ୍ୟତୀତ ଏହି ଚନ୍ଦ୍ରଗ୍ରହଣ ବୃଷ ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଅଶୁଭ ଫଳ ପ୍ରଦାନ କରିବ । ତେଣୁ ଏହି ଚନ୍ଦ୍ର ଗ୍ରହଣ ସମୟରେ ସତର୍କ ରହିବା ସହିତ ଭାବିଚିନ୍ତି କାମ କରିବା ଆବଶ୍ୟକ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମୀନ ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ଯାହାଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ଏଥିସହିତ ଆର୍ଥିକ ସଙ୍କଟ ଦେଖାଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ । ତେଣୁ ଏହି ଚନ୍ଦ୍ରଗ୍ରହଣ ସମସୟରେ ମୀନ ରାଶଇର ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ ।

ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ:

ଗର୍ଭବତୀ ମହିଳାଙ୍କ ଧ୍ୟାନ ରଖନ୍ତୁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣକୁ ଏକ ଅଶୁଭ ଘଟଣା ବୋଲି ବିବେଚନା କରାଯାଇଥାଏ । ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ କୁହାଯାଇଥାଏ । ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ । କାରଣ ଚନ୍ଦ୍ରଗ୍ରହଣର ନକରାତ୍ମକ ପ୍ରଭାବ ଜନ୍ମହେବାକୁ ଥିବା ପିଲା ଉପରେ ପଡିଥାଏ । ଏତତ୍ ବ୍ୟତୀତ ଏହି ସମୟରେ ସେମାନଙ୍କୁ କାମ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତଣୁ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ସମବୁ କଥା ମିନିବା ଆବଶ୍ୟକ ।

ଖାଦ୍ୟ ସେବନ କରନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଭୋଜନ ପ୍ରସ୍ତୁତ କରିବା କିମ୍ବା ଏହାକୁ ସେବନ କରିବା ଉଚିତ୍ ନୁହେଁ । ତେବେ ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ

ଶୁଅନ୍ତୁ ନାହିଁ: ଶାସ୍ତ୍ର ମତରେ ଚନ୍ଦ୍ର ଗ୍ରହଣ ସମୟରେ ଶୋଇବା ଅଶୁଭ ହୋଇଥାଏ । ତେଣୁ ଏହି ସମୟରେ ଶୋଇବା ଉଚିତ୍ ନୁହେଁ । ଗ୍ରହଣ ସମସୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଗ୍ରହଣ ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରିବା ଆବଶ୍ୟକ ।