fbpx

୨ କୋଟି ଟଙ୍କା ଦରମା: ଏୟାର ଇଣ୍ଡିଆରେ ଏହିସବୁ ପୋଷ୍ଟ ପାଇଁ ଦିଆଯିବ ନିଯୁକ୍ତି

Advertisement

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବିଭିନ୍ନ କମ୍ପାନୀ ଛଟେଇ କରୁଥିବା ବେଳେ ଏୟାର ଇଣ୍ଡିଆ ଆରମ୍ଭ କରିଛି ନୂଆ ନିଯୁକ୍ତି । ୪୭୦ଟି ନୂଆ ପ୍ଲେନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ । ବୋଇଙ୍ଗ ଏବଂ ଏୟାରବସରୁ ୪୭୦ ବିମାନର ଡେଲିଭରୀ ପୂର୍ବରୁ ଏୟାର ଇଣ୍ଡିଆ ବିଭିନ୍ନ ରାଙ୍କ ଏବଂ ପଦବୀରେ କର୍ମଚାରୀଙ୍କ ନିଯୁକ୍ତି କରିବାରେ ଲାଗିଛି । ତେବେ ଏଥିମଧ୍ୟରେ କିଛି ପଦବୀ ପାଇଁ କର୍ମଚାରୀମାନଙ୍କ ଦରମା ୨ କୋଟି ପର୍ଯ୍ୟନ୍ତ ରଖାଯାଇଛି ।

ଏୟାରଲାଇନ ‘ବି୭୭୭’ ବିମାନ ପାଇଁ ପାଇଲଟ ନିଯୁକ୍ତି କରୁଛି ଏୟାର ଇଣ୍ଡିଆ । ତେବେ ଏହି ପଦବୀ ପାଇଁ ୨ କୋଟି ଏବଂ ଅଧିକ ଟଙ୍କା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି କମ୍ପାନୀ । ଅଭିଜ୍ଞ ପାଇଲଟ ମାନଙ୍କୁ ଏୟାର ଇଣ୍ଡିଆ ମାସିକ ୧୭,୩୯,୧୧୮ ଟଙ୍କା ଦରମା ପ୍ରଦାନ କରିବ । ଏହି ଦରମା ଅନୁସାରେ ବର୍ଷକୁ ପାଇଲଟଙ୍କ ଦରମା ୨ କୋଟିରୁ ଅଧିକ ହେବ । ବିମାନ ଶିଳ୍ପରେ ଅଭିଜ୍ଞ ଏବଂ ଭଲ ପାଇଲଟଙ୍କ ଅଭାବ ଯୋଗୁଁ ଏହି ପଦବୀ ପାଇଁ ଅଧିକ ଦରମା ପ୍ୟାକେଜ ପ୍ରଦାନ କରାଯାଉଥିବା କହିଛନ୍ତି କମ୍ପାନୀର ସିଇଓ ।

ପାଇଲଟ ବ୍ୟତୀତ କ୍ୟଶବିନ କ୍ରୁ ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ମଧ୍ୟ ବଡ ସୁଯୋଗ ରହିଛି । କମ୍ପାନୀର ୱେବସାଇଟରେ କ୍ୟାବିନ କ୍ରୁ ମେମ୍ବର୍ସ, ଗ୍ରାଉଣ୍ଡ ଷ୍ଟାଫ, ସିକ୍ୟୁରିଟି ଏବଂ ଅନ୍ୟ ଟେକ୍ନିକାଲ ପୋଷ୍ଟ ସମେତ ଅନ୍ୟାନ୍ୟ ପୋଷ୍ଟ ମଧ୍ୟ ଉପଲବ୍ଧ ରହିଛି । ନିକଟରେ ୪୭୦ ଅତ୍ୟାଧୁନିକ ଯାତ୍ରୀ ବିମାନ ଦେଇ ଇତିହାସ ରଚିଛି ଏୟାର ଇଣ୍ଡିଆ ।

Get real time updates directly on you device, subscribe now.