fbpx

ଏହି ରଙ୍ଗର ରାସନ କାର୍ଡଧାରୀଙ୍କୁ ମିଳିବ ମାସିକ ଦୁଇ ଥର ରାସନ, ସରକାର କଲେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ଅନେକ ଯୋଜନାକୁ ନାଗରିକଙ୍କ ପାଇଁ କାର୍ଯ୍ୟକାରୀ କରିଆସୁଛନ୍ତି। ଏଥିରେ ଅଧିକାଂଶ ଯୋଜନା ଗରିବମାନଙ୍କ ପାଇଁ ରହିଛି। ବାରତର ସରକାର ନେସନାଲ ଫୁଡ ସିକ୍ୟୁରିଟୀ ଆକ୍ଟ ଅନୁଯାୟୀ, କମ ମୂଲ୍ୟରେ ରାସନ ବିତରଣ କରୁଛନ୍ତି। ଭାରତର ଭିନ୍ନ ଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ନିଜ ରାଜ୍ୟର ନାଗରିକଙ୍କ ପାଇଁ ବହୁତ କମ ମୂଲ୍ୟରେ ରାସନ ଯୋଜନା ଚଳାଉଛନ୍ତି।

ଝାରଖଣ୍ଡର ହେମନ୍ତ ସୋରେନ ସରକାର ରାଜ୍ୟର ରାସନ କାର୍ଡ ଯୋଜନା ନିୟମରେ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଝାରଖଣ୍ଡରେ ସବୁଜ ରଙ୍ଗର ରାସନ କାର୍ଡ ଧାରକଙ୍କୁ ମାସିକ ଥରେ ନୁହେଁ ବରଂ ଦୁଇଥର ରାସନ ମିଳିବ। ଦୀପାବଳି ପୂର୍ବରୁ ସରକାର ରାସନ କାର୍ଡ ଧାରକଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଏହା ଅନୁଯାୟୀ, ଏହି ରାସନ କାର୍ଡ ଧାରକଙ୍କୁ ଅକ୍ଟୋବର ମାସରେ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଡିସେମ୍ବର ୨୦୨୩ର ରାସନ ମିଳିବ। ସେହିପରି ୧୬ରୁ ୩୧ ତାରିଖ ଯାଏଁ ଅକ୍ଟୋବର ୨୦୨୪ର ରାସନ ମିଳିବ।

Get real time updates directly on you device, subscribe now.