fbpx

୪୮ ଘଣ୍ଟା ମଧ୍ୟରେ ହେବ ତୃତୀୟ ବିଶ୍ୱଯୁଦ୍ଧ? ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ ତାଜା ତାରିଖ ଜାରି କଲେ ‘ଭାରତୀୟ ନୋଷ୍ଟ୍ରଡାମସ୍’

ନୂଆଦିଲ୍ଲୀ: ଇରାନଓ ଇସ୍ରାଏଲ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଏବେ ସାରା ବିଶ୍ୱରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଏହି ବିବାଦ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ହମାସ ଲିଡର ଇସ୍ମାଇଲ ହାନିୟାଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ତେହରାନ । ଇରାନର ରାଜଧାନୀ ତେହରାନରେ ହାନିୟା ରହିଥିବା ଘରକୁ ଇସ୍ରାଏଲ ଉଡ଼ାଇ ଦେଇଥିବା ଦାବି କରାଯାଇଥିଲା । ଅନ୍ୟପକ୍ଷରେ ମିଲିଟାରୀ କମାଣ୍ଡର ଫୁଆଦ ଶୁକରଙ୍କ ମୃତ୍ୟୁ ପରେ ଲେବାନନ ଓ ତେଲ ଅଭିଭ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି । ନିକଟରେ ଇସ୍ରାଏଲ ଅଧିକୃତ ଫୁଟବଲ ଫିଲ୍ଡ ଗୋଲାନ ହେଇଟିସରେ ଆକ୍ରମଣ ହୋଇଥିବା ବେଳେ ସେଥିରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ପୁଣି ଥରେ ବିବାଦକୁ ବଢ଼ାଇବାରେ ସହାୟକ ହୋଇଛି ।

ତେବେ ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବିଶ୍ୱରେ ଆଶଙ୍କା ପ୍ରକାଶ ପାଇଛି । ମଧ୍ୟ ଏସୀୟାରେ ସୃଷ୍ଟି ହୋଇଥିବା ଏହି ବିବାଦ ପରିପ୍ରେକ୍ଷୀରେ ‘ଭାରତୀୟ ନୋଷ୍ଟ୍ରଡାମସ’ ନାମରେ ଜଣାଶୁଣା ଥିବା କୁଶଲ କୁମାର ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଏକ ସଦ୍ୟ ଭବିଷ୍ୟବାଣୀ କରିଛନ୍ତି । ଅଗଷ୍ଟ ୪ କିମ୍ବା ୫ ତାରିଖରେ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ସେ ରିପୋର୍ଟରେ କହିଛନ୍ତି । ଦୁଇଟି ଋଷୀୟ ଓ ଦୁଇଟି ଚାଇନିଜ ବମ୍ବର ଆଲାସ୍କା ନିକଟରେ ଉଡ଼ୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଯୁଦ୍ଧରେ ୟୁରୋପ ଓ ଏସୀୟାର ଅନେକ ରାଷ୍ଟ୍ର ସାମିଲ ହେବେ ବୋଲି କୁଶଲ ରିପୋର୍ଟରେ ଦର୍ଶାଇଛନ୍ତି ।

ତେବେ ବିଶ୍ୱଯୁଦ୍ଧ-୩କୁ ନେଇ ତାରିଖ ପୂର୍ବାନୁମାନ କରିବା କୁଶଲ କୁମାରଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ବିଶ୍ୱସ୍ତରୀୟ ବିବାଦ ଜୁନ ୧୮ରେ ଆରମ୍ଭ ହେବ ବୋଲି ମଧ୍ୟ ସେ ଏହା ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ସେ ସମୟରେ ଯୁଦ୍ଧ ନ ହେବାରୁ କୁଶଲ ଜୁଲାଇ ୨୬ କିମ୍ବା ୨୮ରେ ହେବ ବୋଲି ତଥ୍ୟ ପ୍ରଦାନ କରିଥିଲେ । ତେବେ ପୁଣି ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଭୁଲ୍ ପ୍ରମାଣିତ ହୋଇଥିଲେ । କୁଶଲ କୁମାର ଭାରତର ହରିୟାଣାର ବାସିନ୍ଦା ହୋଇଥିବା ବେଳେ ସେ ବ୍ଲଗରେ ତାଙ୍କର ଭବିଷ୍ୟବାଣୀ ଲେଖିଥାନ୍ତି । ସେ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି । ୧୫୦୩ ମସିହା ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥିବା ଫରାସୀ ଜ୍ୟୋତିର୍ବିଜ୍ଞାନୀ ଓ ଫିଜିକ୍ସିଆନ ନୋଷ୍ଟ୍ରଡାମସଙ୍କ ପରେ କୁଶଲ କୁମାରଙ୍କୁ ‘ଭାରତୀୟ ନୋଷ୍ଟ୍ରଡ୍ରାମସ’ ବୋଲି କୁହାଯାଉଛି । ନୋଷ୍ଟ୍ରଡ୍ରାମସ ୧୫୫୫ ମସିହାରେ ‘ଲେସ୍ ପ୍ରୋଫେଟିଜ’ ନାମରେ ଏକ ପ୍ରସିଦ୍ଧ ପୁସ୍ତକ ପ୍ରକାଶ କରିଥିଲେ । ସେହି ପୁସ୍ତକରେ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ପୂର୍ବାନୁମାନ କରାଯାଇଥିଲା । ନୋଷ୍ଟ୍ରଡାମସ୍ ଅନେକ ଘଟଣାକୁ ନେଇ ଭବିଷ୍ୟବାଣୀ କରିଥିବା ବେଳେ ତାହା ପରବର୍ତ୍ତୀ ସମୟରେ ସତ୍ୟ ପ୍ରମାଣିତ ହୋଇଥିଲା । ସେଥିମଧ୍ୟରେ ଗ୍ରେଟ ଫାୟର ଅଫ୍ ଲଣ୍ଡନ, ଦି ଫ୍ରେଞ୍ଚ ରିଭୋଲ୍ୟୁସନ, ଦି ରାଇଜ ଅଫ୍ ନୋପୋଲିୟନ ଆଣ୍ଡ ଆଡଲଫ୍ ହିଟଲର, ବିଶ୍ୱଯୁଦ୍ଧ ୧ ଓ ୨, ହିରୋସୀମା ଓ ନାଗାସାକୀରେ ପରମାଣୁ ବୋମାମାଡ଼, ୧୯୬୯ରେ ଆପୋଲୋ ଚନ୍ଦ୍ରରେ ଅବତରଣ, ୧୯୯୭ରେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ୨୦୦୧ ମସିହା ସେକ୍ଟେମ୍ବର ୧୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆକ୍ରମଣ ଆସି ଉଲ୍ଲେଖ ରହିଛି ।

Get real time updates directly on you device, subscribe now.