୨ ଦିନ ପରେ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: କୌଣସି ଗ୍ରାହକ ଉଠାଇପାରିବେନି ଟଙ୍କା, RBIର ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ସୂଚନା ଦିଆଯାଇଛି ଯେ, ଦୁଇ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ରେ ଏକ ବ୍ୟାଙ୍କ ବନ୍ଦ ହୋଇଯିବ । ରିଜର୍ଭ ବ୍ୟାଙ୍କ କହିଛି ଯେ, ଯେଉଁ ଗ୍ରାହକଙ୍କର ଟଙ୍କା ଏହି ବ୍ୟାଙ୍କରେ ଅଛି ସେମାନେ ଏଥିରୁ ଟଙ୍କା ଉଠାଇ ପାରିବେ ନାହିଁ ।

୨୨ ସେପ୍ଟେମ୍ବରରେ ବ୍ୟାଙ୍କ ବନ୍ଦ ରହିବ :-
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆରବିଆଇ ଦ୍ୱାରା ଅନେକ ବ୍ୟାଙ୍କ ଏବଂ ଆର୍ôଥକ ଅନୁଷ୍ଠାନର ଲାଇସେନ୍ସ ବାତିଲ ହୋଇଛି । ଏଥିସହିତ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଆରବିଆଇର ଏହି ନିଷ୍ପତ୍ତି ପରେ ଏହି ବ୍ୟାଙ୍କ ୨୨ ସେପ୍ଟେମ୍ବର ଅର୍ଥାତ୍ ଏହି ମାସରୁ ବନ୍ଦ ରହିବ ।

ଲାଇସେନ୍ସ ବାତିଲ :-
ଅଗଷ୍ଟରେ ପୁଣେ ସ୍ଥିତ ରୂପି ସମବାୟ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ବାତିଲ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଥିଲା । ଆରବିଆଇର ନିଷ୍ପତ୍ତି ପରେ ସେପ୍ଟେମ୍ବର ୨୨ ରୁ ଏହି ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ । ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

୨୨ ସେପ୍ଟେମ୍ବରରେ ବ୍ୟାଙ୍କ ନିଜ କାରବାର ବନ୍ଦ କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଏହା ପରେ ଗ୍ରାହକମାନେ ଜମା କରିପାରିବେ ନାହିଁ କିମ୍ବା ଟଙ୍କା ଉଠାଇ ପାରିବେ ନାହିଁ । ଏହା ବ୍ୟତୀତ ଆପଣ କୌଣସି ପ୍ରକାରର ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ ନାହିଁ । ଆରବିଆଇ କହିଛି ଯେ, ବ୍ୟାଙ୍କର ପର୍ଯ୍ୟାପ୍ତ ପୁଞ୍ଜି ନାହିଁ କି ଅଧିକ ରୋଜଗାରର ଆଶା ନାହିଁ । ଏହି କାରଣରୁ ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଉଛି ।

ମିଳିବ ୫ ଲକ୍ଷ ଟଙ୍କା :-

ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ ର ଧାରା ୫୧ ସହିତ ଧାରା ୧୧ (୧) ଏବଂ ଧାରା ୨୨ (୩) (ଡି) ର ନିୟମାବଳୀକୁ ପାଳନ କରୁନାହିଁ । ବ୍ୟାଙ୍କ ଧାରା ୨୨ (୩) (ଏ), ୨୨ (୩) (ବି), ୨୨ (୩) (ସି), ୨୨ (୩) (ଡି) ଏବଂ ୨୨ (୩) (ଇ) କୁ ପାଳନ କରିବାରେ ବିଫଳ ହୋଇଛି । ଡିଆଇସିଜିସି ଅଧିନିୟମ, ୧୯୬୧ ର ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଜମାକାରୀ ୫,୦୦,୦୦୦ (ଟଙ୍କା ପାଞ୍ଚ ଲକ୍ଷ) ପର୍ଯ୍ୟନ୍ତ ଜମା ବୀମା ଦାବି ପାଇବାକୁ ହକଦାର ହେବେ ।