fbpx

ବାହାଘର ପୂର୍ବରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏହି ମେଡିକାଲ ଟେଷ୍ଟ: ନକଲେ ଅସୁବିଧା ଭୋଗିପାରନ୍ତି

ନୂଆଦିଲ୍ଲୀ : ବାହାଘରକୁ ନେଇ ଲୋକମାନେ ଅନେକ ସ୍ୱପ୍ନ ଦେଖିଥାନ୍ତି । ଭାରତୀୟ ସମାଜରେ ବିବାହକୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳିଥାଏ । ବାହାଘରର କିଛିମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କପଡା, ଗହଣା, ହୋଟେଲ ବୁକିଂ, ଖାଇବା ପିଇବା ଲାଗି ଆରେଞ୍ଜମେଣ୍ଟ ବାହାଘର ଲାଗି ଜରୁରୀ ହୋଇଥାଏ। ବାହାଘର ଠିକ୍ ହେବା ପୂର୍ବରୁ କୁଣ୍ଡଳିକୁ ମିଳାଇବା ଜରୁରୀ ହୋଇଥାଏ। କୁଣ୍ଡଳିରେ ୩୬ଟି ଗୁଣ ମିଶିଲେ ଦାମ୍ପତ୍ତ୍ୟ ଜୀବନ ଅତ୍ୟନ୍ତ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆପଣ କେବେ ବାହାଘର ପୂର୍ବରୁ ଝିଅ ଓ ପୁଅଙ୍କ ମେଡିକାଲ ଟେଷ୍ଟ କରାଇବା ଜରୁରୀ ଭାବିଛନ୍ତି କି ? ବିବାହ ପୂର୍ବରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ମେଡିକାଲ ଟେଷ୍ଟ ବା ଚେକ୍‌ଅପ୍‌ ।

ଭବିଷ୍ୟତର ସୁଖ ଜୀବନ ପାଇଁ ଜାତକ ଅପେକ୍ଷା ଆପଣଙ୍କ ପାର୍ଟନରଙ୍କ ମେଡିକାଲ ଟେଷ୍ଟ ଜାଣିବା ଜରୁର ହୋଇଥାଏ । ନଚେତ ଆଗାମୀ ଦିନରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ଆପଣ ବି କାହା ସହିତ ନିଜର ପୁରା ଜୀବନ ବିତାଇବାର ସ୍ୱପ୍ନ ଦେଖୁଥାନ୍ତି, ତେବେ ପ୍ରଥମେ ଆପଣଙ୍କ ପାର୍ଟନରଙ୍କ ମେଡିକାଲ ଟେଷ୍ଟ ଜରୁରୀ ହୋଇଥାଏ । ଫଳରେ ଆପଣଙ୍କ ନୂଆ ଜୀବନରେ କିଛି ଯେପରି ଅସୁବିଧା ନହୁଏ । ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ୪ ଟେଷ୍ଟ କରିନେବା ଜରୁରୀ ।

ଜେନେଟିକ ରୋଗ ସମ୍ପର୍କିତ ଟେଷ୍ଟ : ବିବାହ ପୂର୍ବରୁ ଦମ୍ପତିଙ୍କ ଜେନେଟିକ ଟେଷ୍ଟ ଜରୁରୀ ହୋଇଥାଏ । ଆନୁବଂଶିକ ରୋଗ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ସହଜରେ ଯାଇଥାଏ । ତେଣୁ ଜେନେଟିକ ଟେଷ୍ଟ କରିନେବା ଏଥିପାଇଁ ଜରୁରୀ ହୋଇଥାଏ । ଜେନେଟିକ ରୋଗ ମଧ୍ୟରେ ସ୍ତନ କର୍କଟ, ପେଟ କର୍କଟ, କିଡନୀ ଓ ଡାଇବେଟିସ ଆଦି ରୋଗ ସାମିଲ ହୋଇଥାଏ । ଏହି ରୋଗ ସମ୍ପର୍କରେ ଯଦି ପ୍ରଥମରୁ ଜଣାଯାଏ । ତେବେ ଏହାର ଚିକିତ୍ସା ଠିକ୍‌ ସମୟରେ କରାଯାଇପାରେ ।

ଇନଫର୍ଟିଲିଟି ଟେଷ୍ଟ : ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଓ ମହିଳାଙ୍କ ଓଭାରୀ ହେଲ୍‌ଥ ଜାଣିବା ପାଇଁ ଇନଫର୍ଟିଲିଟି ଟେଷ୍ଟ କରିନେବା ବହୁତ ଜରୁରୀ ହୋଇଥାଏ । କାରଣ ଶରୀରରେ ଇନଫର୍ଟିଲିଟିର କୌଣସି ବି ଲକ୍ଷଣ ପ୍ରଥମରୁ ଜଣାପଡ଼ିନଥାଏ । ଏ ସମ୍ପର୍କରେ ଜାଣିବା ପାଇଁ ଟେଷ୍ଟ ଜରୁରୀ ହୋଇଥାଏ । ଯେପରି ଭବିଷ୍ୟତରେ ଆପଣଙ୍କ ସନ୍ତାନ ପ୍ଲାନିଂ କିମ୍ବା ସେକ୍ସୁଆଲ ଲାଇଫରେ କୌଣସି ଅସୁବିଧା ନହୁଏ ।

ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ ଟେଷ୍ଟ : ଆଜିକାଲି ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ସାଧାରଣ ହୋଇଯାଇଛି । ଏଥିପାଇଁ ଜରୁରୀ ଯେ ଆପଣ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜର ଚେକ ଅପ୍‌ ପ୍ରଥମରୁ କରାଇନେବା । ଏହି ରୋଗ ମଧ୍ୟରେ ଏଚଆଇଭି, ଏଡ୍ସ, ଗନେରିଆ, ହର୍ପିସ, ହେପାଟାଇଟିସ ଆଦି ରୋଗ ରହିଛି । ଏହି ସବୁ ରୋଗ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ । ସେଥିପାଇଁ ଏସଟିଡି ଟେଷ୍ଟ ଜରୁରୀ କରାଇନେବା ଉଚିତ୍‌ । ଫଳରେ ଆପଣ ପୂର୍ବରୁ ବଡ଼ ଅସୁବିଧାରୁ ବଞ୍ଚିଯାଇପାରିବେ ।

ବ୍ଲଡ ଗ୍ରୁପ କମ୍ପାଟିବିଲିଟି ଟେଷ୍ଟ : ଏହା ବେଶୀ ବଡ଼ ଟେଷ୍ଟ ନୁହେଁ । ଯଦି ଆପଣ ଭବିଷ୍ୟତରେ ସନ୍ତାନ ପ୍ଲାନିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଟେଷ୍ଟ କରିନେବା ଜରୁରୀ ହୋଇଥାଏ । କାରଣ ଆପଣ ଓ ଆପଣଙ୍କ ପାର୍ଟନରଙ୍କ ଆରତ ଏଚ୍‌ ଫ୍ୟାକ୍ଟର ଏକା ହେବା ଜରୁରୀ । ଯଦି ଆପଣଙ୍କ ବ୍ଲଡ ଗ୍ରୁପ୍‌ ଅନୂକୁଳ ହୋଇ ନଥାଏ ତେବେ ଗର୍ଭ ଧାରଣ ବେଳେ ଏହା ଅସୁବିଧା କରିଥାଏ ।

Get real time updates directly on you device, subscribe now.